ଜିଲ୍ଲାସ୍ତରୀୟ “ମେଧାବୀ ମୟୂରଭଞ୍ଜ” ସମ୍ବର୍ଦ୍ଧନା ସମାରୋହ -୨୦୨୬
ବାରିପଦା (୩୧/୦୫): ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ ଓ ତତସହିତ ଅଧିକ ସଂଖ୍ୟାରେ A1 ଗ୍ରେଡରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତୀର୍ଣ୍ଣ କରିବାରେ ଲକ୍ଷ୍ୟ ନେଇ ୨୦୨୪-୨୫ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଛି ବର୍ତ୍ତମାନର ଲୋକପ୍ରିୟ ଜିଲ୍ଲାପାଳଙ୍କ ମାନସପ୍ରସୂ କାର୍ଯ୍ୟକ୍ରମ “ମେଧାବୀ ମୟୂରଭଞ୍ଜ” । ଚଳିତ ବର୍ଷ ୨୦୨୬ ମସିହାରେ ୧୪୬ ଜଣ ଛାତ୍ରଛାତ୍ରୀ A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହା ଆମ ଜିଲ୍ଲାର ସଫଳତାର ହାର ଶତକଡା ୯୭.୫୨ ଅଟେ। A2 ଗ୍ରେଡରେ ୬୭୫ ଜଣ, ଏହିପରିପ୍ରେକ୍ଷୀରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବାରିପଦା-୨ର ଛାତ୍ର ଶ୍ରୀମାନ ପାର୍ଥସାରଥି ମହାନ୍ତ ୯୮% ନମ୍ବର ରଖି ରାଜ୍ୟ ଟପର ହୋଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ସାଉଁଟିଛନ୍ତି ଯାହା ପରବର୍ତ୍ତୀ ସମୟରେ ଅନ୍ୟ ପିଲାମାନଙ୍କୁ ପ୍ରେରଣା ଯୋଗାଇବ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ତରଫରୁ ଶହୀଦ୍ ସ୍ମୃତି ଭବନ ବାରିପଦାଠାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ “ମେଧାବୀ ମୟୂରଭଞ୍ଜ” ନାମରେ ଏକ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଛି । ସମସ୍ତ A1 ଗ୍ରେଡରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପଦକ, ମାନପତ୍ର, ପୁସ୍ତକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ, ଅଧ୍ୟୟନରତ ସମସ୍ତ ବିଦ୍ୟାଳୟର ଶିକ୍ଷକ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସମାରୋହଟି ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସଏଙ୍କ ସଭାପତିତ୍ଵରେ ପରିଚାଳିତ ହୋଇଥିଲା । ସେ ତାଙ୍କ ଅଭିଭାଷଣରେ ପିଲା ଓ ଅଭିଭାବକ ମାନଙ୍କୁ କହିଥିଲେ ଯେ ଉଚ୍ଚତର ଶିକ୍ଷା ନିମନ୍ତେ ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ କୋଚିଙ୍ଗ ସେଣ୍ଟର ମାନ ପ୍ରସ୍ତୁତ କରାଯାଇ ପିଲା ମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ । ମୁଖ୍ୟ ଅତିଥି ଭାବରେ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାର, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ, ମାନ୍ୟବର ମନ୍ତ୍ରୀ ପରିବେଶ ଓ ଜଙ୍ଗଲ ବିଭାଗ ଓଡିଶା ସରକାର, ବରେଣ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ନବ ଚରଣ ମାଝି, ମାନ୍ୟବର ଲୋକସଭା ସାଂସଦ, ମୟୂରଭଞ୍ଜ, ତଥା ଶ୍ରୀମତୀ ଭାରତୀ ହାଁସଦା, ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୟୂରଭଞ୍ଜ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ଉଦଳା, ଶ୍ରୀଯୁକ୍ତ ଭାଦବ ହାଁସଦା, ମାନ୍ୟବର ବିଧାୟକ ସାରସକଣା, ସମସ୍ତ ଅତିଥି ବୃନ୍ଦ ସେମାନଙ୍କ ଉଦବୋଧନରେ ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ବଳ କାମନା କରିବଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0