ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

Sep 22, 2025 - 20:04
 0  4
ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

କୋରାପୁଟ,( ରଞ୍ଜିତ ନାୟକ ) ତା: ୨୨. ୦୯.୨୦୨୫ ରିଖ: କୋରାପୁଟ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟର ଛାତ୍ର /ଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ସ୍ଥାନୀୟ ପି.ଏମ. ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ! ଏହି ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ପି.ଏମ. ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଦ୍ୟାସା ପଣ୍ଡା, ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ହୋତା, ପି.ଏମ. ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଲଷ୍ମୀପ୍ରିୟା କର ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ! ସେହିପରି କନିଷ୍ଠ ବର୍ଗରେ ଓଡିଶା ଆଦର୍ଶ ବିଦ୍ୟାଳୟ, ମାଛରା ର ଛାତ୍ରୀ, ସଦଭାବନା ମିଶ୍ର, ମାଲୁସାନ୍ତା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସ୍ୱୟଂପ୍ରଭା ନନ୍ଦ, ଦୃଷ୍ଟି ବାଧିତ ଉଚ୍ଚ ବିଦ୍ୟାଳୟ ର ଛାତ୍ର ସାମୁଏଲ ହରିଜନ ଏବଂ ସେଣ୍ଟସ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ତନ୍ମୟୀ ନାହାକ ଯଥାକ୍ରମେ ପ୍ରଥମ, ଦ୍ୱତୀୟ ଏବଂ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ ! ଉକ୍ତ ପ୍ରତିଯୋଗିତାରେ ବିଚାରକ ଭାବେ ରମେଶ ଚନ୍ଦ୍ର ସାହୁ, ଧରଣୀଧର ରଣା,ଚିତ୍ତରଞ୍ଜନ ପାହାଡ଼ସିଂ ଯୋଗଦାନ କରି କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ ! ଏହି ପ୍ରତିଯୋଗିତା ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ! ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଲିଭା ବେହେରା ପରିଚାଳନାରେ ସହଯୋଗ କରିଥିଲେ !

ନବରଙ୍ଗପୁର ଓ କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ