।। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଶିଳ୍ପ ଯତ୍ନ ବୈଠକ ।।

Jul 28, 2024 - 07:44
 0  11
।। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଶିଳ୍ପ ଯତ୍ନ ବୈଠକ ।।

୧୫ ଦିନ ମଧ୍ୟରେ ସମସ୍ତ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ ବାରିପଦା: ୨୭-୦୭-୨୦୨୪// ମୟୂରଭଞ୍ଜ ଜିଲ୍ଲା ନିବେଶ ପ୍ରୋତ୍ସାହନ ଏଜେନ୍ସି (DIPA) ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଶିଳ୍ପ ଯତ୍ନ ବୈଠକ ଗୁରୁବାର ଦିନ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ୪ଟି ଉପଖଣ୍ଡର ଉପଜିଲ୍ଲାପାଳ ଏବଂ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ କମ୍ପାନୀ ମାନଙ୍କ ମଧ୍ୟରୁ ୨୭ ଗୋଟି ଶିଳ୍ପପତି ଏବଂ ଉଦ୍ୟୋଗୀ ଭାଗ ନେଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ, ବିଭିନ୍ନ ଶିଳ୍ପରୁ DIPA ଦଳ ଦ୍ୱାରା ସଂଗୃହିତ ୧୭ଟି ଅଭିଯୋଗ ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ, ଜଙ୍ଗଲ ବିନିଯୋଗ ଯୋଜନାକୁ ତ୍ୱରାନ୍ୱିତ କରିବା, ବାଦାମପାହାଡ଼ ଲୁହାପଥର ବ୍ଲକର ଲିଜ୍ ଅଞ୍ଚଳରୁ ବେଆଇନ ଜବରଦଖଲ ହଟାଇବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା, ୨୦୨୪-୨୫ ଆର୍ଥିକ ବର୍ଷରେ ସରକାରୀ ବିଦ୍ୟାଳୟ ପୋଷାକ ଯୋଗାଣ ପାଇଁ ବିଚାର ,ଶିଳ୍ପ କାର୍ଯ୍ୟକଳାପ ପାଇଁ ରାଜସ୍ୱ ଜମି / ଇଡ଼କୋ ଜମି ବଣ୍ଟନ ଏବଂ ନିୟମିତକରଣ, ସମସ୍ତ ସରକାରୀ ନିର୍ମାଣ ଏବଂ କଲ୍ୟାଣକାରୀ ଯୋଜନାରେ ନିୟମିତ ଇଟା ଭାବରେ ଧାନ ଭୁଷିରୁ ପ୍ରସ୍ତୁତ ପାଉଁଶ ଇଟା ବ୍ୟବହାର, କାର୍ଯ୍ୟରତ ଶିଳ୍ପାନୁଷ୍ଠାନରେ ବିଦ୍ୟୁତ୍ ଶକ୍ତି ସଂଯୋଗ, ରାଇରଙ୍ଗପୁର ଶିଳ୍ପ କ୍ଷେତ୍ରର ବିକାଶ, ବିଦ୍ୟମାନ ଶିଳ୍ପ ବିସ୍ତାର ପାଇଁ ଜମିର ରୂପାନ୍ତର ଭଳି ବିଭିନ୍ନ ଅଭିଯୋଗ ଏବଂ କାର୍ଯ୍ୟପନ୍ଥା ବିଷୟରେ ଜିଲ୍ଲାପାଳ, ଶିଳ୍ପାନୁଷ୍ଠାନର ମୁଖ୍ୟ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ, ୭ ରୁ ୧୫ ଦିନ ମଧ୍ୟରେ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।ଏହି ବୈଠକରେ ଆଇଏଏସ୍ (ପ୍ରୋବେସନର) ସୁଶ୍ରୀ ଆଶନି ଏ.ଏଲ, ସମସ୍ତ ଉପଜିଲ୍ଲାପାଳ,ଜେନେରାଲ୍ ମ୍ୟାନେଜର ଜିଲ୍ଲା ଶିଳ୍ପ କେନ୍ଦ୍ର, ଜମି ଅଧିକାରୀ, ଡିଭିଜନାଲ ମୁଖ୍ୟ-ଇଡ଼କୋ, ଅଧିକ୍ଷଣ ଯନ୍ତ୍ରୀ, ଟିପିଏନଡ଼ିଏଲ ଖଣି ଅଧିକାରୀ,ବିଭିନ୍ନ ଲାଇନ ବିଭାଗର ଅଧିକାରୀ, ଓଡିଶା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସଂଘର ସଭାପତି, ସିଜିଏମ୍ - ରୁଙ୍ଗଟା ମେଟାଲ୍ସ ପ୍ରାଇଭେଟ ଲିମିଟେଡ୍ ଏବଂ ଆରଆରସି ଷ୍ଟିଲ୍ ୱାର୍କସ୍ ଏବଂ ଜିଏମ୍ ଆଇରନ୍ ଏବଂ ଷ୍ଟିଲ୍ କମ୍ପାନୀ ଲିମିଟେଡ, ମାଇନ୍ସ ମ୍ୟାନେଜରଙ୍କ ସମେତ ଜିଲ୍ଲାର ପ୍ରମୁଖ ଉଦ୍ୟୋଗୀମାନେ ଯୋଗ ଦେଇଥିଲେ।

 ମୟୂରଭଞ୍ଜ, ବାରିପଦାରୁ,_ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ