ଜିଗିନାଗାଁ ପ୍ରାର୍ଥନା ଗୃହ ଉଦ୍ଘାଟନ ଉତ୍ସବ

Dec 28, 2025 - 18:01
 0  3
ଜିଗିନାଗାଁ ପ୍ରାର୍ଥନା ଗୃହ ଉଦ୍ଘାଟନ ଉତ୍ସବ

ଟିକାବାଲି : ୨୮/୦୨୫( ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ କଇଝର ପଞ୍ଚାୟତ ଜିଗିନାଗାଁ ଗ୍ରାମରେ ଥିବା ପ୍ରାର୍ଥନା ଗୃହ ଉଦ୍ଘାଟନ ହୋଇଯାଉଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର,ସମ୍ମାନିତ ଅତିଥି ପୁର୍ବତନ ସରପଞ୍ଚ ପ୍ରକାଶ କହଁର, ମୁଖ୍ୟବକ୍ତା ଭାବେ କଲିକତା ରୁ ଆସିଥିବା ରେଭ୍ ବେନୁ ଯୋହନ ଓ ତାଙ୍କ ସଦସ୍ୟ ଯୋଗଦେଇଥିଲେ। ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଖ୍ରୀଷ୍ଟ ବିଶ୍ୱାସୀ ବାପା, ମା, ଭାଇ, ଭଉଣୀ ମାନେ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବକ୍ତା ଜନସାଧାରଣ ମାନଙ୍କୁ ଯୀଶୁ ପୁସ୍ତକ ପଠନ କରିବା ସହ ତାଙ୍କ ନୀତି ଆଦର୍ଶର ଅନୁପ୍ରାଣିତ ହେବାକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଗ୍ରାମର ସମସ୍ତ ଜାତି, ଧର୍ମ ର ଲୋକମାନେ ସହଯୋଗ କରିଥିଲେ। ଏଥିରେ ପାଳକ ଧୃବ ଦିଗାଲ ସଭାପତିତ୍ବ କରିଥିବା ବେଳେ ପାଳକ ନିରଞ୍ଜନ ଦିଗାଲ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶେଷରେ କୁନିକୁନି ପିଲାମାନଙ୍କୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ