।। ଜାମରେ ଫସିଲା ଆମ୍ବୁଲାନ୍ସ ରୋଗୀ କଲବଲ ।।

Apr 23, 2024 - 19:04
 0  27
।। ଜାମରେ ଫସିଲା  ଆମ୍ବୁଲାନ୍ସ ରୋଗୀ କଲବଲ ।।

ଚମ୍ପୁଆରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଟ୍ରାଫିକ ନିୟନ୍ତ୍ରଣରେ ଚମ୍ପୁଆ ପୋଲିସ ସମ୍ପୂର୍ଣ୍ଣ ବିଫଳ ହେଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ଚମ୍ପୁଆ - ରିମୁଳି ୨୦ ନମ୍ବର ଜାତୀୟ ରାଜପଥ ର ଟ୍ରାଫିକ ସମସ୍ୟା ଏବେ ଚମ୍ପୁଆ ଅଞ୍ଚଳ ରେ ଅସନ୍ତୋଷ କୁ ପୁଞ୍ଜିଭୂତ କରୁଛି। ରାସ୍ତା ଜାମ ଏବେ ନିତିଦିନିଆ ଘଟଣା ଘଟିଥିବା ବେଳେ ରାସ୍ତା ଯାମ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ଜାମ ରେ ଫସି ରହିବାପରି ଅଭାବନୀୟ ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଛି। ଗତ କାଲି ସନ୍ଧ୍ୟା ରେ ରାସ୍ତା ଯାମ ରେ ଏକା ଥରକେ ଦୁଇଟି ଆମ୍ବୁଲାନ୍ସ ରାସ୍ତା ଯାମରେ ଦୀର୍ଘ ସମୟଧରି ଫସି ରହିବାରୁ ଆମ୍ବୁଲାନ୍ସ ରେ ଥିବା ରୋଗୀ ମାନେ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି। ଖବର ଅନୁସାରେ ଗତକାଲି ରାତିରେ ଚମ୍ପୁଆସ୍ଥ ୨୦ ନମ୍ବର ଜାତୀୟ ରାଜପଥ ରେ ପ୍ରବଳ ଗାଡି ଜାମ ଯୋଗୁଁ ସାତକୁଟୁଣିଆ ଠାରେ ଦୁଇଟି ଆମ୍ବୁଲାନ୍ସ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଫସି ରହିବା କାରଣରୁ ରୋଗୀଙ୍କୁ ବହୁ ହନ୍ତସନ୍ତ ହେବାକୁ ପଡିଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟକି, ଚମ୍ପୁଆ -ରିମୁଳି ୨୦ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୁହା ପଥର ବୋଝେଇ ଟ୍ରକ, ଟ୍ରଲର ଆଦି ଯିବା ଆସିବା କରୁଥିବାବେଳେ କେବଳ ନୋଏଣ୍ଟ୍ରି ସମୟକୁ ଛାଡି ଦେଇ ଅନ୍ୟ ସମୟରେ ଟ୍ରକ ଗୁଡିକ ପ୍ରତି ପୋଲିସ ପ୍ରଶାସନର କୌଣସି ନିୟନ୍ତ୍ରଣ ରହୁ ନ ଥିବାରୁ କିଛି ବେପରୁଆ ଗାଡି ଚାଳକଙ୍କ ପାଇଁ ଛୋଟ, ବଡ଼ ଦୁର୍ଘଟଣା ଘଟିବା ସହିତ ପ୍ରାୟ ପ୍ରତିଦିନ ରାସ୍ତା ଜାମ ହେଉଥିବା ବେଳେ ସାଇକେଲ, ମୋଟରସାଇକେଲ, କାର ଆଦି ଛୋଟ ଗାଡି ଏବଂ ସାଧାରଣ ଯାତ୍ରୀଙ୍କ ସମେତ ଅନେକ ସମୟରେ ଆମ୍ବୁଲାନ୍ସ ଗୁଡିକ ମଧ୍ୟ ଘଣ୍ଟା ଘଣ୍ଟା ଧରି ଜାମରେ ଫସି ରହୁଛନ୍ତି। ଫଳରେ ରୋଗୀ ଠିକ ସମୟରେ ଆମ୍ବୁଲାନ୍ସ ସେବା ପାଇ ପାରୁ ନାହାନ୍ତି। ତେବେ ସ୍ଥାନୀୟ ପ୍ରଶାସନର ଅପାରଗତା ପାଇଁ ଚମ୍ପୁଆରେ ଏପରି ସମସ୍ୟା ବୃଦ୍ଧି ପାଉଥିବା କୁହାଯାଉଥିବା ବେଳେ ଏହାକୁ ନେଇ ଦିନକୁ ଦିନ ସାଧାରଣରେ ଅସନ୍ତୋଷ ପୁଞ୍ଜିଭୂତ ହେବାରେ ଲାଗିଛି। ତେଣୁ ଚମ୍ପୁଆ ରେ ଟ୍ରାଫିକ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ