ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଲୋଚନା ଚକ୍ର ଆୟୋଜିତ

Jul 11, 2025 - 19:21
 0  13
ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଲୋଚନା ଚକ୍ର ଆୟୋଜିତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଓଡିଶା ସରକାରଙ୍କ ଶକ୍ତି ବିଭାଗର ସହଯୋଗ ତଥା ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଉଦ୍ୟମରେ "ସୁରକ୍ଷିତ ବିଦ୍ୟୁତ ବ୍ୟବହାର, ଏହାର ସଂରକ୍ଷଣ, ଓ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ" ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ-କନ୍ଧମାଳ ଜିଲ୍ଲାର ବିଦ୍ୟୁତ ବିଭାଗୀୟ ଉପ ନିରୀକ୍ଷକ ଯନ୍ତ୍ରୀ ସତ୍ୟବ୍ରତ ଦାସ ଓ ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉପଖଣ୍ଡର ସାଧାରଣ ବିଦ୍ଯୁତ ବଣ୍ଟନ ବିଭାଗ ତଥା ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଦେବଦତ୍ତ ସାହୁ ଯୋଗଦାନ କରିଥିଲେ। ଅଧୁନା ସମାଜରେ ଘରେ, ବାହାରେ, କଳକାରଖାନାରେ ବିଦ୍ୟୁତ ଶକ୍ତିର ଉପାଦେୟତା ଦୃଷ୍ଟିରୁ, ଏହାର ସଠିକ ବ୍ୟବହାର, ସଂରକ୍ଷଣ ଏବଂ ବୈକଳ୍ପିକ ଶକ୍ତିର ଅନୁସନ୍ଧାନ ନିମନ୍ତେ ସାମୁହିକ ପ୍ରୟାସ ନିହାତି ଆବଶ୍ୟକ ବୋଲି ଅତିଗଣ ମତପୋଷଣ କରିଥିଲେ। ଘରୋଇ ବିଦ୍ୟୁତ ବ୍ୟବହାର ସମୟରେ ଘଟୁଥ‌ିବା ବିଭିନ୍ନ ଦୁର୍ଘଟଣା ଓ ଏହାର ପ୍ରତିକାର ସମ୍ପର୍କରେ ଗ୍ରାମବାସୀ ତଥା ଶିକ୍ଷାର୍ଥୀଙ୍କୁ ସଚେତନ କରାଯାଇଥିଲା। ପ୍ରୋଜେକ୍ଟର ମାଧ୍ଯମରେ ଅଂଶଗ୍ରହଣକାରୀ ଘଡଘଡ଼ି ବିଜୁଳି ସମୟରେ ନିଜକୁ ସୁରକ୍ଷିତ ରଖିବାର ତାଲିମ ଗ୍ରହଣ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ବାମଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯକ୍ରମରେ ବିଦ୍ୟାଳୟର ଶିକ୍ଷକ ବେଣୁଧର ବେହେରା,ଦିବ୍ୟସିଂ ପ୍ରଧାନ,ଦୀପକ କୁମାର କହଁର, ଅପର୍ଣ୍ଣା ନାୟକ, ସାଗ୍ନିକା ସେଠି ଓ ସୁଚିସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ