ଜ଼ିଲ୍ଲାପାଳଙ୍କ ଅଭିଯୋଗ ଶିବିର ଅନୁଷ୍ଠିତ

Aug 13, 2024 - 05:50
 0  23
ଜ଼ିଲ୍ଲାପାଳଙ୍କ ଅଭିଯୋଗ ଶିବିର ଅନୁଷ୍ଠିତ

ନୂଆପଡ଼ା : ନୂଆପଡା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟ ପରିସର ରେ ସୋମବାର ଜିଲ୍ଲାପାଳ ଙ୍କ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଶିବିର ଆରମ୍ଭ ହେବା ସର୍ବ ପ୍ରଥମେ ପ୍ରଥମ ଗ୍ରସ୍ତ ହୋଇ ଥିବାରୁ କୋମନା ବ୍ଲକ ପ୍ରଶାସନ ପକ୍ଷରୁ କୋମନା ବିଡ଼ିଓ ସୀତାଂଶୁ ଶେଖର ସାମଲ, ବ୍ଲକ ଅଧ୍ୟକ୍ଷା ଅନୁସୟା କୁମ୍ବାର ଏବଂ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କଲା ପରେ ଅଭିଯୋଗ ଶିବିର ରେ ପିଇବା ପାଣି ସମସ୍ୟା ଠୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶିକ୍ଷା, ସ୍ବାସ୍ଥ୍ୟ ସମସ୍ୟା ଜନିତ ଏପରିକି ବିଭିନ୍ନ ମୋଟ ୮୪ ଟି ଅଭିଯୋଗ ର ଶୁଣାଣୀ କରିଥିଲେ ! ପୃଥକ ପୃଥକ ଭାବେ ଅଭିଯୋଗ ପାଇଲା ପରେ ତୁରନ୍ତ ସମସ୍ୟା ର ସମାଧାନ ଦିଗ ରେ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେବା ସହ ଅଭିଯୋଗ ପାଇଁ ଆସିଥିବା ହିତାଧିକାରୀ ଙ୍କୁ ଗୋଟିଏ ଗୋଟିଏ ଜାତୀୟ ପତାକା ଦେବା ସହ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ ! ଉକ୍ତ ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ନୂଆପଡା ଏସପି ଜିଆର ରାଘବେନ୍ଦ୍ର, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଖଡ଼ିଆଳ ଡ଼ିଏଫଓ ଅଜିଜ ଖାନ ଙ୍କ ସମେତ ବିଭିନ୍ନ ବିଭାଗ ର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ !

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ