।। ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ପଲ୍ଲିସଭା ଅନୁଷ୍ଠିତ ।।

Dec 10, 2023 - 06:56
 0  98
।। ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ପଲ୍ଲିସଭା ଅନୁଷ୍ଠିତ ।।

ଥୁଆମୂଳ ରାମପୁର 8|12ରିଖ କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲା ସିଜିମାଳି ସୀମାନ୍ତ ଜଙ୍ଗଲ ଜମି କିସମ ପରିବର୍ତ୍ତନ ନିମନ୍ତେ ୧୦ ଗୋଟି ଗ୍ରାମକୁ ନେଇ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ପଲ୍ଲିସଭା ଆୟୋଜିତ ହୋଇଥିଲା। ଏହି ଗ୍ରାମ ଗୁଡିକ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ତଲାମପଦର ପଞ୍ଚାୟତର ତିଜମାଳି ଏବଂ ଚୁଲବାଡି ସମେତ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ ଶୁଙ୍ଗେର ପଞ୍ଚାୟତର ମାଳିପଦର.ଡୁମେରପଦର, କଣ୍ଟାମାଳ, ବଣ୍ଡେଲ, ଅଳିଗୁଣା, ସାଗବାରୀ ପେଲାନକୋନା, କାତିଭଟା ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ପଲିସଭାରେ ସମସ୍ତ ପ୍ରଭାବିତ ଅଞ୍ଚଳ ବାସୀ ଯୋଗଦେଇ ମତ ପ୍ରକାଶ କରି ଥିଲେ I ଉପରକ୍ତ ପଲ୍ଲୀସଭାକୁ ସମର୍ଥନ କରି ସଫଳ କଲେ ଓ ଖଣି ଖଣନ ହେଲେ ଅଞ୍ଚଳର ବିକାଶ ସହିତ ବେକାରୀ ସମସ୍ୟା ଦୂର ହେବ ବୋଲି ମତ ପ୍ରକାଶ କରିଥିଲେ। ଏଠାରେ ସୁରକ୍ଷା ନିମନ୍ତେ ପୋଲିସ ପ୍ରଶାସନ ମୁତୟନ ହୋଇଥିଲେ ଓ ସରକାରୀ କର୍ମଚାରୀ ଓ କମ୍ପାନୀ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ପୂର୍ବରୁ ମଧ୍ୟ ସିଜିମାଳୀ ଖଣି ଖନନ ନିମନ୍ତେ ଜଙ୍ଗଲ ଜମି କିସମ ପରିବର୍ତ୍ତନ ନିମନ୍ତେ ପଲ୍ଲୀସଭା ପୂର୍ବରୁ ମଧ୍ୟ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି।

 ଥୁଆମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ