।। ଘର ଭାଙ୍ଗି ହାତୀ ଖାଉଛି ଧାନ ଚାଉଳ: ୨ଜଣଙ୍କ ଘର ଭାଙ୍ଗି ଲୁଟିଲା ହାତୀ ।।

Apr 21, 2024 - 18:16
 0  154
।। ଘର ଭାଙ୍ଗି ହାତୀ ଖାଉଛି ଧାନ ଚାଉଳ: ୨ଜଣଙ୍କ ଘର ଭାଙ୍ଗି ଲୁଟିଲା ହାତୀ ।।

କେନ୍ଦୁଝର ଜିଲ୍ଲା ଦେଇ ହାତୀ ଚଲାପଥ ଯାଇଛି। କିଛି ଦିନ ହେବ ଗୋଟେ ଗୋଠ ଛଡ଼ା ହାତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉତ୍ପାତ କରୁଥିବା ଖବର ଆସୁଛି। ଏବେ ଏହି ହାତୀ ଚଲାକି କରି ରାତିରେ ଆସି ଏକୁଟିଆ ପାଟଣା ରେଞ୍ଜର ବିଭିନ୍ନ ଅଞ୍ଚଳରେ ଗାଁ ଗାଁରେ ପ୍ରବେଶ କରୁଛି। ଖରାଦିନକୁ ପ୍ରଚଣ୍ଡ ଖରା ତେଣୁ ଗଛ ପତ୍ର ଡାଳ ଶୁଖି ଯାଇଛି ନଦୀରେ ପାଣି ନାହିଁ। ତେଣୁ ଅନୁମାନ ହସ୍ତୀଟି ପାଣି ଲାଗି ଗାଁ ପୋଖରୀ ପାଖକୁ ଆସି ପାଣି ପିଉଛି। ଖାଇବାକୁ ପାଉ ନଥିବାରୁ ହାତୀଟି ଗାଁରେ ଖାଇବା ଖୋଜୁଛି। ସୂଚନା ଯୋଗ୍ୟ କି ହାତୀର ଘ୍ରାଣ ଶକ୍ତି ଅତି ପ୍ରଖର ହାତୀ କେଉଁଠି ପାଣି ଓ ଖଣିଜ ଲବଣ ଅଛି ଜାଣି ପାରେ। ତେଣୁ ଆଫ୍ରିକା ଜଙ୍ଗଲରେ ହାତୀ ପଛେ ପଛେ ଅନ୍ୟ ଜନ୍ତୁ ଚାଲନ୍ତି କି ପାଣି ପାଇବେ ବୋଲି। ଏହି ହାତୀଟି ଗୋଠରୁ ବିତାଡିତ ହୋଇଥିବାରୁ ପ୍ରାକୃତିକ ଭାବେ ଖାଦ୍ୟ ସଂଗ୍ରହ ଲାଗି କଷ୍ଟ ଅନୁଭବ କରି ଲୋକଙ୍କ ଘର ଭାଙ୍ଗୁଛି। କାଲି ରାତିରେ ପାଟଣା ବ୍ଲକ୍ ଅନ୍ତର୍ଗତ ମୂଷାଖୋରି ଗ୍ରାମର ମାଂଡୁଆ ସାହିର ରଶ୍ମିତା ମୁଣ୍ଡାଙ୍କ ଘର ଭାଙ୍ଗି ଶୁଣ୍ଢ ପୁରେଇ ଧାନ ଚାଉଳ ଭାତ ଖାଇ ଦେଇଛି। ଘର କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ଦେଇ ଥିଲା ବେଳେ ରଶ୍ମିତାଙ୍କ ପରିବାର ଅଳ୍ପକେ ରକ୍ଷା ପାଇଛନ୍ତି। ତେବେ ଭଙ୍ଗା ଘରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ତେଣୁ ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ସେହିପରି ବଡ଼ ଧନୁର୍ଜ୍ଜ୍ଵୟପୁର ଗାଁର ଟୁନା ମାଝୀଙ୍କ ଘର କାନ୍ଥ କଣା କରି ଧାନ ଚାଉଳ ଖାଇଛି। ପାଟଣା ଫରେଷ୍ଟ ରେଞ୍ଜ କର୍ମଚାରୀ ଆସି ଫଟୋ ଉଠାଇ ନେଇଛନ୍ତି । ତେବେ କ୍ଷତିପୂରଣ ଯୋଗାଇ ଦେଇ ଏହି ହାତୀକୁ ଜଙ୍ଗଲକୁ ଘଉଡାଇ ଦେବାକୁ ବନ ବିଭାଗ ନିକଟରେ ସମସ୍ତେ ଦାବି କରିଛନ୍ତି।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ