ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ ରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀରୁ ଭାଗନେବେ ୨ ଖେଳାଳୀ

May 4, 2025 - 20:32
 0  13
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ ରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀରୁ ଭାଗନେବେ ୨ ଖେଳାଳୀ

ବିହାର ଠାରେ ଚଳିତ ମାସ ୪ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ -୨୦୨୫ ମହିଳା ବିଭାଗରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ୨ ଜଣ ବାଳିକା ଓଡ଼ିଶା ଦଳରେ ସ୍ଥାନ ପାଇଛନ୍ତି, ସେମାନେ ହେଲେ; ସୁମିତ୍ରା ମୁର୍ମୁ ଓ ନମିତା ହେମ୍ବ୍ରମ I ତାଙ୍କର ଏହି ସଫଳତାର ଖବର ପାଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଏକାଡେମୀର ନିର୍ଦ୍ଦେଶକ ଅମର କୁମାର ସେଠି, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, କୋଚ ରୁପାଲୀ ସୋରେନ, ବାରିପଦା ଶାଖା ପରିଚାଳକ ରଣଜିତ ରାଉତ, ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର, ତରଣୀସେନ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସଙ୍କ ସମେତ ବହୁ କ୍ରୀଡ଼ାବିତ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ