ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତ

ନୂଆପଡ଼ା : ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି ଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ଧାନ ସଂଗ୍ରହ ଓ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ କାର୍ଯ୍ୟ ସମୀକ୍ଷା କରିଥିଲେ । ଏଥିରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଖଡ଼ିଆଳ ବିଧାୟକ ଅଧୁରାଜ ମୋହନ ପାଣିଗ୍ରାହୀ, ସାଂସଦଙ୍କ ପ୍ରତିନିଧ୍ ପ୍ରେମ୍ ଅଗ୍ରୱାଲ, ଖରୀଆର ରୋଡ ବିଜ୍ଞାପିତ ଅଂଚଳ ଅଧ୍ୟକ୍ଷା ଡଃ ସୋନିଆ ଜୈନ୍ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାପାଳ ମଧୁସୂଦନ ଦାଶ ଅତିଥୁ ମାନଙ୍କୁ ସଂବୋଧନ କରି ବିଠକର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତ ରାୟ ପାୱାର ପଏଣ୍ଡ ମାଧ୍ୟମରେ ଜିଲ୍ଲାର ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ କାର୍ଯ୍ୟ ତଥା ଧାନ ସଂଗ୍ରହ ପ୍ରସ୍ତୁତି ଉପରେ ବିଭାଗର ତଥ୍ୟ ପ୍ରଦାନ କରିଥିଲେ । ଏବେ ଜିଲ୍ଲାରେ 175305 ପରିବାର ର 576484 ଜଣ ବ୍ୟକ୍ତିଙ୍କୁ ରାସନ୍ ବାର୍ଡ ମାଧ୍ୟମରେ 141 ଟି କେନ୍ଦ୍ର ରେ ଖାଦ୍ୟଶସ୍ୟ ବଣ୍ଟନ କରାଯାଉଛି । ଜିଲ୍ଲାର 75 ପ୍ରତିଶତ କାର୍ଡ ଧାରି ମାନଙ୍କ ଇ କେୱାଇସି ସମ୍ପୂର୍ଣ ହୋଇଛି । ଜିଲ୍ଲାରେ 2024/ 25 ବର୍ଷ ପାଇଁ ଖରିଫ୍ ଋତୁରେ ସୁବ୍ୟବସ୍ଥିତ ହିସାବରେ ଧାନ ସଂଗ୍ରହ ପାଇଁ ସରକାରଙ୍କ ରା 77ଟି ଧାନ କ୍ରୟ କେନ୍ଦ୍ର ରେ 1787691 କୁଇଣ୍ଟାଲ ଧାନ କିଣିବା ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ଏହି ବର୍ଷ ମୋଟ 31 ଟି ମିଲ୍ ଧାନ ସଂଗ୍ରହ କରିବେ । ସେଥିରୁ 7 ଟି ଉଷୁନା ଚାଉଳ ମିଲ ଏବଂ 14 ଟି ଅରୁଆ ଚାଉଳ ମିଲ ଅଛି । ମୋଟ 46346 ଣ କୃଷକ ଜିଲ୍ଲାରେ ଧାନ ବିକ୍ରି ପାଇଁ ନାମ ପଞ୍ଜୀକୃତ କରିଛନ୍ତି । ସେମାନଙ୍କ ପ୍ରଦତ୍ତ ପ୍ଲଟ ର 97 ପ୍ରତିଶତ ଉପଗ୍ରହ ମାଧ୍ୟମରେ ତଦାରଖ ହୋଇଛି । ମନ୍ତ୍ରୀ କହିଲେ ଜିଲ୍ଲାରେ 22 ନଭେମ୍ବର ରୁ ଧାନ କ୍ରୟ ଆରମ୍ଭ ହୋଇଯାଉଥିବାରୁ ସମସ୍ତ ମିଲର୍ ଅତିଶିଘ୍ର ଜିଲ୍ଲା ପ୍ରଶାସନ ସହିତ ଏଗ୍ରିମେଣ୍ଟ କରନ୍ତୁ । କୌଣସି ପରିସ୍ଥିତିରେ ଚାଷୀ ତାର ଧାନ ବିକିବାରେ ସମସ୍ୟା ଯେମିତି ନ ହୁଏ ଏହାକୁ ଅଧିକାରୀ ମାନେ ସୁନିଶ୍ଚିତ କରିବେ । ମଣ୍ଡିରେ ଦଲାଲ ରାଜକୁ ଦୃଢ଼ ହସ୍ତରେ ଦମନ କରାଯିବ । ଅନ୍ୟାୟ ଭାବେ ଧାନର କଟନି ଛଟନି ମୋଟେ ହେବ ନାହିଁ । ମିଲରେ ଚାଉଳର ରି ସାଇଭିଂ ହେବନାହିଁ । ଏବର୍ଷ କୁଇଣ୍ଟାଲ ପ୍ରତି ସାଧାରଣ ଧାନ ସହାୟକ ମୁଲ୍ୟ 2300 ଟଙ୍କା ଏବଂ ଗ୍ରେଡ଼ ଏ ଧାନ 2320 ଟଙ୍କା ଉପରେ ରାଜ୍ୟ ସରକାର 800 ଟଙ୍କା ବୋନସ୍ ଦେବେ । ଏହି ବୋନସ ଡିସେମ୍ବର ୫ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଥମେ ପ୍ରଦାନ ହେବ ।ଜିଲ୍ଲାପାଳ କହିଲେ ମଣ୍ଡିରେ ମିଲର୍ ଏଜେଣ୍ଟ ମାନଙ୍କୁ ପ୍ରଶାସନ ଚିହ୍ନଟ କାର୍ଡ ପ୍ରଦାନ କରିବେ । କେହି ଦଲାଲି କରୁଥିବା ସୂଚନା ମିଳିଲେ ତୁରନ୍ତ ଗିରଫ କରାଯିବ । ଉଭୟ ବିଧାୟକ କୌଣସି ପରିସ୍ଥିତିରେ କୃଷକ ମାନେ ଯେପରି ଅଭାବୀ ଧାନ ବିକ୍ରିର ଶିକାର ନ ହୁଅନ୍ତି ସେଥ୍ୟପ୍ରତି ତୀକ୍ଷ୍ଣ ନଜର ରଖୁବାକୁ ପ୍ରଶାସନ କୁ ଚେତାଇ ଦେଇଥିଲେ । ମନ୍ତ୍ରୀ ମହୋଦୟ କହିଲେ ଯେଭଳି କୌଣସି ଯୋଗ୍ୟ ପରିବାର ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ପ୍ରଶାସନ ଦେଖୁବ । ଏଇ ସରକାର କୃଷକ ମାନଙ୍କ ସରକାର ହୋଇଥିବାରୁ କୌଣସି ପରିସ୍ଥିତିରେ ଅନ୍ନଦାତା ମାନେ ହଇରାଣ ହେବେ ନାହିଁ ଏବଂ ସେମାନଙ୍କ ପରିଶ୍ରମ ର ଉଚିତ୍ ମୂଲ୍ୟ ନିଶ୍ଚିତ ଭାବରେ ପାଇବେ । ଆଜିର ଏହି ବୈଠକରେ ସମବାୟ ବିଭାଗ ଯୁଗ୍ମ ସଚିବ ସଂଗ୍ରାମ କେଶରୀ ରାଉତ, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡି ଆର୍ ସି ଏସ ଶିବ ପ୍ରସାଦ ସ୍ଵାଇଁ, ଆର୍ ଏମ ସି ସମ୍ପାଦକ ଆର୍ୟ୍ଯ କୁମାର ମୁଦୁଲି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ସମସ୍ତ ବିଡିଓ,ଯୋଗାଣ ବିଭାଗ, ସମବାୟ ବିଭାଗ, ଓଜନ ମାପ ବିଭାଗ ଅଧିକାରୀ ଯୋଗ ଦେଇଥିଲେ । ଶେଷରେ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






