।। କୋରାପୁଟ ଖ୍ରୀଷ୍ଟୀୟ ସମ୍ପ୍ରଦାୟ ତରଫରୁ କ୍ୟାଣ୍ଡେଲ ରାଲି ।।
କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ କରି ରବିବାର ଦିନ କୋରାପୁଟ ଖ୍ରୀଷ୍ଟୀୟ ସମ୍ପ୍ରଦାୟ ତରଫରୁ ଏକ କ୍ୟାଣ୍ଡେଲ ରାଲି କରାଯାଇଥିଲା । ମୃତ ମହିଳା ଡାକ୍ତରଙ୍କ ପରିବାର ବର୍ଗଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ କୋରାପୁଟ ଜେଇଏଲସି ଚର୍ଚ୍ଚର ଡିନ ବିରଞ୍ଚି ଖୋସଲା ଦାବି କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଶତାଧିକ ଖ୍ରୀଷ୍ଟୀୟ ସମ୍ପ୍ରଦାୟର ପୁରୁଷ ଓ ମହିଳା ମାନେ ରେଲୱେ ଛକଠାରୁ ଏକ କ୍ୟାଣ୍ଡେଲ ରାଲି କରି କୋରାପୁଟ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । କୋରାପୁଟ ବସଷ୍ଟାଣ୍ଡ ରେ ସ୍ଥାପିତ ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କ୍ୟାଣ୍ଡେଲ ଲଗାଇ ମୃତ ମହିଳା ଡାକ୍ତରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ସମବେଦନା ଜଣାଇଛନ୍ତି।
କୋରାପୁଟ ରୂ ରୂପ ଖରା ଙ୍କ ରିପୋର୍ଟ First news Odisha
What's Your Reaction?
Like
1
Dislike
0
Love
0
Funny
0
Angry
1
Sad
0
Wow
1