।। କୋରକୁଣ୍ଡା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।।

Sep 15, 2025 - 17:53
 0  8
।। କୋରକୁଣ୍ଡା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।।

ମାଲକାନଗିରି, ୧୫/୯/୨୫ : ଆଜି କୋରକୁଣ୍ଡା ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ  ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।      ଆଜି ମୋଟ ୪୨ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l  ସେଥି ମଧ୍ୟରୁ ୧୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୨୯ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ସେହିପରି ୪ ଗୋଟି ରାସନ୍ କାର୍ଡ, ଗୋଟିଏ ବିଜୁଳି ସଂଯୋଗୀକରଣ, ୫ ଗୋଟି ଜମିଜମା ସମ୍ବନ୍ଧୀୟ, ଗୋଟିଏ ଚାକିରୀ ସମ୍ବନ୍ଧୀୟ, ଗୋଟିଏ ପାନୀୟ ଜଳ, ଗୋଟିଏ ସାମାଜିକ ସୁରକ୍ଷା ପେନସନ ଏବଂ ୨୭ ଗୋଟି ରାସ୍ତା ଓ କୋଠାବାଡ଼ି ଓ ଉନ୍ନୟନ କାର୍ଯ୍ୟ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣୀ ହୋଇଥିଲା। ଏହି ଶୁଣାଣୀରେ ରାସନ୍ କାର୍ଡ, ଶ୍ରମ କାର୍ଡ, ଆଧାର କାର୍ଡ ଅପଡେଟ, ସ୍ଵାସ୍ଥ୍ୟ କାର୍ଡ, ସାମାଜିକ ସୁରକ୍ଷା ପେନସନ ଓ ଜଙ୍ଗଲ ଜମି ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କ୍ୟାମ୍ପ କରାଯାଇ ଅନଲାଇନ୍ ସେବା ଯୋଗାଇ ଦିଆଯାଇଥିଲା। ଆଜିର ଶିବିରରେ ୬୮ ଜଣ ଶ୍ରମିକ ଙ୍କୁ ଶ୍ରମ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୨୬ ଜଣ ଶ୍ରମିକ ଙ୍କର ନୂତନ ଭାବେ ନାମ ପଞ୍ଜିକରଣ କରାଯାଇଛି। ସେହିପରି ୫୭ ଜଣ ଶ୍ରମିକ ଙ୍କର କାର୍ଡ ନବୀକରଣ କରାଯାଇଛି। ସାମାଜିକ ସୁରକ୍ଷା ପେନସନ ଯୋଜନାରେ ୫ ଜଣ ଓ ୪ ଜଣ ହିତାଧିକାରୀଙ୍କର ରାସନ୍ କାର୍ଡ ନିମନ୍ତେ ନାମ ପଞ୍ଜିକରଣ କରାଯାଇଛି । ସେହିପରି ୨୩ ଜଣ ରାସନ୍ କାର୍ଡ ହିତାଧିକାରୀଙ୍କ ଇ କେୱାଇସି ଅପଡେଟ କରାଯାଇଛି । ୧୫ ଜଣଙ୍କ ର ଆଧାର କାର୍ଡ ଅପଡେଟ କରାଯାଇଥିବା ବେଳେ ୫୭ ଜଣ ଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି। ଜିଲ୍ଲାପାଳଙ୍କ ଏହି ଅଭିନବ ପ୍ରୟାସ ଯୋଗୁଁ ଅନେକ ଗ୍ରାମାଞ୍ଚଳ ହିତାଧୀକାରୀ ତୁରନ୍ତ ଅନଲାଇନ୍ ସେବା ପାଇ ଉପକୃତ ହୋଇ ପାରୁଛନ୍ତି।ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ କୋରକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି। ଏହା ସହ ବିଦ୍ୟାଳୟରେ ପାଠ ପଢା କିପରି ଚାଲିଛି ପଚାରିବା ସହ ବିଦ୍ୟାଳୟ ଭିତ୍ତିଭୂମି ବୁଲି ଦେଖିଥିଲେ ଜିଲ୍ଲାପାଳ। ତତ୍ ସହିତ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଅନ୍ୟାନ୍ୟ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି । ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ବନଖଣ୍ଡ ଅଧିକାରୀ ସାଇ କିରଣ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କୋରକୁଣ୍ଡା ବିଡିଓ, ସହାୟକ ଜିଲ୍ଲାପାଳ ନିର୍ବାଚନ ଅଶୋକ ଚକ୍ରବର୍ତ୍ତୀଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ