।। କୈଳାଶ ଦାସଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ।।

Jan 2, 2024 - 19:51
 0  39
।। କୈଳାଶ ଦାସଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା -02/01/2023 ଜଳ, ଜମି, ଜଙ୍ଗଲ ସହ ଗରୀବ ଗ୍ରାମାଞ୍ଚଳର ଦରିଦ୍ରରୁ ଦରିଦ୍ରତମ, ଅବହେଳିତ ବର୍ଗଙ୍କ ପ୍ରତି ଉତ୍ସର୍ଗିକୃତ ସେବା କାର୍ଯ୍ୟ ପାଇଁ ସୁପରିଚିତ ସ୍ବେଚ୍ଛାସେବୀ ସଂଗଠନ RCDC ଭୁବନେଶ୍ୱର ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଦିବଂଗତ କୈଳାଶ ଦାସଙ୍କ ବିୟୋଗରେ ଆଜି ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ପ୍ରକଳ୍ପ କାର୍ଯ୍ୟଳୟ ପରିସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ବିଜୟ କୁମାର ବାବୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ବର୍ଗତ କୈଳାଶ ବାବୁଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ, ଦୁଇ ମିନିଟ ନୀରବ ପ୍ରାର୍ଥନା ଏବଂ ସର୍ବ ଧର୍ମ ପ୍ରାର୍ଥନା ସଭା ପରେ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଚୈତନ୍ୟ ପ୍ରଧାନ, ସୁଦର୍ଶନ ସାହୁ, ଫାର ପ୍ରକଳ୍ପ ସଂଯୋଜକ ଲୋକନାଥ ପ୍ରଧାନ, ହର୍ଷ ଟ୍ରଷ୍ଟ ଜିଲ୍ଲା ସଂଯୋଜକ ଶରତ କୁମାର ସାହୁ, ଲିଭିଂ ଫାର୍ମସ୍ କ୍ଷେତ୍ର ସଂଯୋଜକ କୃଷ୍ଣ କହଁର, ସାମାଜସେବୀ କର୍ମୀ ଗୌରାଙ୍ଗ ଚରଣ ରାଉତ ପ୍ରମୁଖ ତାଙ୍କର ଅମ୍ଳାନ ସ୍ମୃତି ଚାରଣ କରିଥିଲେ। ଗତ 31 ତାରିଖରେ ମାତ୍ର 64 ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିବା କୈଳାଶ ଭାଇ ସମସ୍ତଙ୍କର ପ୍ରେରଣାର ଉତ୍ସ ଥିଲେ ବୋଲି ସମସ୍ତେ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ତ୍ତିକ କୁଟୃକା, ରାଜେନ୍ଦ୍ର ସାରାକା, ନବୀନ ସାରାକା, ପଦ୍ମାବତୀ ରାଇକା, ଅନିତା ପ୍ରେର୍ସିକା, ଚନ୍ଦ୍ରଭାନୁ ମହାରଣା, ଦିଲ୍ଲିପ ବସନ୍ତରାୟ, ଅନିଲ ସିକୋକା, ରାଜେଶ ସିକୋକା ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ