କୁରେଶ୍ୱର ପଞ୍ଚାୟତ ଦୁର୍ନୀତି ମାମଲା ରେ ବନ୍ଧାହେଲେ ସରପଞ୍ଚଙ୍କ  ଦୁଇ ପୁଅ

Feb 22, 2025 - 21:46
 0  23
କୁରେଶ୍ୱର ପଞ୍ଚାୟତ ଦୁର୍ନୀତି ମାମଲା ରେ ବନ୍ଧାହେଲେ ସରପଞ୍ଚଙ୍କ  ଦୁଇ ପୁଅ

ନୂଆପଡା : କୁରେଶ୍ବର ପଞ୍ଚାୟତର ଦୁର୍ନୀତି ମାମଲାର ତଦନ୍ତ କରି ଦୁର୍ନୀତି ନିବାରଣ ବିଭାଗ ଉକ୍ତ ପଞ୍ଚାୟତର ସରପଞ୍ଚ ବିଜୟଲକ୍ଷ୍ମୀ ବରାଳଙ୍କ ଦୁଇ ପୁଅ ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତର ନିଳମ୍ବିତ ପିଇଓ ସତ୍ୟବ୍ରତ ବରାଳ ଓ ଉତ୍ତମ ବରାଳଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ସାତ ଲକ୍ଷ କୋଡିଏ ହଜାର ନଶହ ଏକାଶୀ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅଭିଯୋଗ ମୁତାବକ ସେମାନେ କୁରେଶ୍ଵର ପଞ୍ଚାୟତର ସରପଞ୍ଚ ତଥା ତାଙ୍କ ମା ବିଜୟ ଲକ୍ଷ୍ମୀ ବରାଳ ଓ ପିଇଓ ଙ୍କ ସହ ଚକ୍ରାନ୍ତି କରି ୨୦୨୪/୨୦୨୫ ବର୍ଷରେ ରେ ହାଇ ମାଷ୍ଟ ଲାଇଟ ନ ଲଗେଇ, ରାସ୍ତା ଆଲୁଅ ମରାମତି ନ କରି, ପାର୍କର ଜିମ ଉପକରଣ ସ୍ଥାପନ ନ କରି ସିଏଫସି ଓ ଏସଏଫସି ଯୋଜନା ପାଣ୍ଠି ରୁ ଉପରୋକ୍ତ ମତେ ଅର୍ଥ ଆତ୍ମସାତ କରିଥିବା ଦୁର୍ନୀତି ନିବାରଣ ବିଭାଗ ଜାଣିପାରିଛି। ଉକ୍ତ ଅର୍ଥ ମଧ୍ଯରୁ ଚାରି ଲକ୍ଷ କୋଡିଏ ହଜାର ବରାଳ ଭ୍ରାତୃ ଦ୍ବୟ ଓ ଅବଶିଷ୍ଟ ତିନି ଲକ୍ଷ ନଶହ ଏକାଶୀ ତାଙ୍କ ପିଇଓ ବରୁଣ ଦାସଙ୍କ ବ୍ୟକ୍ତିଗତ ଏକାଉଣ୍ଡ ରେ ଜମା କରାଯାଇଥିବା ଜଣା ପଡିଛି। ଏ ସମ୍ବନ୍ଧରେ କୋରାପୁଟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା କେଶ ନଂ ୪ ତା ୨୧.୦୨.୨୦୨୫ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖ୍ ଥ‌ିବା ଜଣାପଡିଛି। ସୂଚନା ଯୋଗ୍ୟଯେ, ନୂଆପଡା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପରିଷଦର ସହକାରୀ ନିର୍ବାହୀ ଅଧିକାରୀ ଗ୍ରାମବାସୀ ଙ୍କ ଦ୍ବାରା ପ୍ରଦତ୍ତ ଉପରୋକ୍ତ ଅଭିଯୋଗର ତଦନ୍ତ କରି ଏକ ରିପୋର୍ଟ ଦେବା ପରେ ତାହାରି ଆଧାର ରେ ଏହି ଦୁର୍ନୀତି ସହ ସମ୍ପୃକ୍ତି ଅଭିଯୋଗରେ କୁରେଶ୍ବର ପଞ୍ଚାୟତର ପିଇଓ ବରୁଣ ଦାସ ଓ ସରପଞ୍ଚଙ୍କ ପୁଅ ତଥା ଘୁଚାଗୁଡା ପଞ୍ଚାୟତ ପିଇଓ ସତ୍ୟବ୍ରତ ବରାଳଙ୍କୁ ଜିଲ୍ଲାପାଳ ନିଲମ୍ବନ କରିବା ସହ ଉକ୍ତ ସରପଞ୍ଚଙ୍କୁ ନିଲମ୍ବନ ପାଇଁ ରାଜ୍ୟ ସରକାର ଙ୍କୁ ସୁପାରିଶ କରିବା ସହ ସେମାନଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗ ରେ ଏଫ. ଆଇ. ଆର ଦର୍ଶ ପାଇଁ କୋମନା ବି. ଡି. ଓ ଙ୍କୁ ନିର୍ଦେଶ ଦେଇ ସାରିଥିଲେ। ଜିଲ୍ଲାପାଳଙ୍କ ଦ୍ବାରା ପ୍ରଶାସନିକ ତଦନ୍ତ ଚାଲିଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ମଧ୍ୟ ତଦନ୍ତ ପାଇଁ ସମସ୍ତ କେଶ ରେକଡ଼ ଜବତ କରି ନେଇଯାଇଥିଲେ। ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୂଆପଡା ଉପ ଆରକ୍ଷୀ ଅଧିକାରୀ ପ୍ରକାଶ କରିଛନ୍ତି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ