କୁଡୁମୀ ସମ୍ପ୍ରଦାୟର ଦେଶ କରମ ପରବ ପାଇଁ ପ୍ରସ୍ତୁତି ଚୂଡାନ୍ତ ଚିଙ୍ଗୁଡ଼ି ପୋଖରୀଠାରେ ୭ ଦିନ ଧରି ପାଳିତ ହେବ ଦେଶ କରମ ପରବ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ହଜାର ହଜାର କୁଡୁମୀ ଯୋଗଦେବେ
ବାରିପଦା ତା 16/9 ଓଡିଶାରେ ବହୁ ବର୍ଷ ଧରି କୁଡୁମୀ ସମ୍ପ୍ରଦାୟ ପକ୍ଷରୁ ଦେଶ କରମ ପରବ ଓଡିଶାର ବିଭିନ୍ନ ସ୍ଥାନରେ ଧୁମ ଧାମରେ ପାଳିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ବାମନଘାଟି ଉପଖଣ୍ଡ କୁସୁମୀ ବ୍ଲକ ଖେରଣା, ଭାଲୁପାହାଡି ଓ ଚିଙ୍ଗୁଡିପୋଖରୀ ଗ୍ରାମରେ ଏହି ପର୍ବ ଅନୁଷ୍ଠିତ ହେବ. ଆସନ୍ତା ୧୬ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପର୍ବ ପାଳନ ହେବାକୁ ଥିବା ବେଳେ ୧୬ ତାରିଖ ଦେଶ କରମ ପରବର ବିଧି ମୁତାବକ ଜାଓ୍ବା ଉଠା କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲାର ଧାନବଣୀସ୍ଥ ବୈତରଣୀ ନଦୀର କରମ ତୀର୍ଥଠାରେ ଅନୁଷ୍ଠିତ ହେବ. ୭ ଟି ସ୍ଥାନରେ ଜାୱା ପରିକ୍ରମା ପରେ ସନ୍ଧ୍ୟାରେ କରମ ଆଖଡାରେ ଜାୱା ପହଞ୍ଚିବ । ୧୭ ରୁ ୨୧ ତାରିଖ ପ୍ରତି ଦିନ ଜାଓ୍ବା ବେଳହା, ସଭାମଞ୍ଚ ଝୁମର ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ୧୦୦୦ ମାଦଳିଆ ସାମୁହିକ ମାଦଳ ବାଦନ କରିବାର କାର୍ଯ୍ୟକ୍ରମ ରହିଛି. ୨୨ ତାରିଖ କରମ ଉପବାସ ଓ କରମ ରାଜା ଉପାସନା, ୨୩ ତାରିଖ କରମ ରାଜାଙ୍କୁ ବିଦାୟ, ପାରାନା ଓ ଆଖଳା ଭତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ଆଜି ଚୂଡାନ୍ତ ପ୍ରସ୍ତୁତି ବୈଠକ ସଭାପତି ଜିତେନ୍ଦ୍ର ନାଥ ମହାନ୍ତଙ୍କ ନେତୃତ୍ୟ ରେ ଅନୁଷ୍ଠିତ ହୋଇଯାଇଛି. ସମ୍ପାଦକ ବଳରାମ ମହାନ୍ତ, ଉପ ସଭାପତି କାର୍ତ୍ତିକ ମହାନ୍ତ, ସହ ସମ୍ପାଦକ ଅନିଲ ମହାନ୍ତ, କୋଷାଧ୍ୟକ୍ଷ ନୀଳକଣ୍ଠ ମହାନ୍ତ, ଦେହୁରୀ କାଶୀନାଥ ମହାନ୍ତଙ୍କ ସମେତ କୁଡୁମୀ ସମ୍ପ୍ରଦାୟର ବହୁ ଯୁବକ ଯୁବତୀ ଯୋଗ ଦେଇଥିଲେ. ହଜାର ହଜାର ଲୋକଙ୍କ ସମାଗମ ହେବାର ଥିବାରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ଅବସରରେ ମହିଳା ମାନଙ୍କ ଦ୍ୱାରା ପାରମ୍ପରିକ ନୃତ୍ତ୍ୟ ପରିବେଷଣ କରାଯାଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0