କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରାକରଣ ଆଇନ, ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିରାକରଣ) ଆଇନ ସମ୍ବନ୍ଧୀୟ ସଚେତନତା ଶିବିର

Aug 2, 2026 - 18:54
 0  6
କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରାକରଣ ଆଇନ,  ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିରାକରଣ) ଆଇନ ସମ୍ବନ୍ଧୀୟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କୋଟେଞ୍ଚୁଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରାକରଣ ଆଇନ, ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିରାକରଣ) ଆଇନ ସମ୍ବନ୍ଧୀୟ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଓଡ଼ିଶା ଜୀବିକା ମିଶନ ର ଜିଲ୍ଲା ସଂଯୋଜିକା ପ୍ରିୟଦର୍ଶିନୀ ଯୋଶୀ, ଜିଲ୍ଲାର ସ୍ଥାନୀୟ ଅଭିଯୋଗ ସମିତିର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋହିନି ଦଳପତି, ବିଦ୍ୟାଳୟର ଶିକ୍ଷକଗଣ, ଛାତ୍ରଛାତ୍ରୀ ଏବଂ ଅଧିକାର ମିତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରାକରଣ ଆଇନ, ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିରାକରଣ) ଆଇନ ବିଷୟରେ ବିସ୍ତୃତ ଧାରଣା ଦେଇଥିଲେ ।ସ୍ଥାନୀୟ ଅଭିଯୋଗ ସମିତିର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡା କର୍ମକ୍ଷେତ୍ରରେ ଯୌନ ନିର୍ଯାତନାର ଶିକାର ହୋଇ ଥିବା ପୀଡ଼ିତାଙ୍କ ଅଭିଯୋଗ କରିବାର ପ୍ରକ୍ରିୟା ଏବଂ ତାଙ୍କ ଅଧିକାର ବିଷୟରେ ଆଲୋଚନା କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ