କନ୍ଧମାଳର ଚିତ୍ରଶିଳ୍ପୀ ପ୍ରସାଦ ସୋନୁଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Sep 11, 2024 - 07:21
 0  10
କନ୍ଧମାଳର ଚିତ୍ରଶିଳ୍ପୀ ପ୍ରସାଦ ସୋନୁଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କନ୍ଧମାଳ :(ଫାଷ୍ଟ ନ୍ୟୁଜ ଓଡିଶା): ଗତ ସାଧାରଣ ନିର୍ବାଚନ ରେ ନିର୍ବାଚନ ପ୍ରଚାର ଗସ୍ତରେ ମଇ ମାସ ୧୧ ତାରିଖରେ କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀକୁ ପ୍ରଚାରରେ ଆସିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ୱତନ୍ତ୍ର ଓ ଭିନ୍ନ ଧରଣର ଚିତ୍ର ତିଆରି କରି ଉପହାର ଦେଇଥିଲେ ଫୁଲବାଣୀର ୧୭ ବର୍ଷିୟ ଚିତ୍ରକର ପ୍ରସାଦ ସୋନୁ। ଚିତ୍ରଟିକୁ ସଭା ମଞ୍ଝରୁ ଦେଖିବା ପରେ ନିଜ ସୁରକ୍ଷା କର୍ମୀ ମାନଙ୍କ ଜରିଆରେ ଚିତ୍ରଟିକୁ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ। ଚିତ୍ରରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଥିବା ଶ୍ରୀ ରାମ ଲାଲାଙ୍କ ମୁର୍ତି ର ଚିତ୍ର ରହିଥିବା ସମେତ ସେଥିରେ ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖ ରହିଛି। ବିଷୟ ବସ୍ତୁକୁ ଦେଖିବା ପରେ ସଭାସ୍ଥଳରେ ହିଁ ଓଡିଶାର କଳା ଓ କଳାକାର ମାନଙ୍କ ପ୍ରଶଂସା କରିଥିଲେ ନରେନ୍ଦ୍ର ମୋଦୀ।ଏଥିସହିତ ସେ ପ୍ରସାଦ ସୋନୁକୁ ଚିଠି ଲେଖିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ । ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିବା ପରେ ପ୍ରସାଦ ଏବଂ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳିଯାଇଛି। ଚିଠିରେ ପ୍ରସାଦଙ୍କ ଚିତ୍ରକଳାକୁ ପ୍ରଶଂସା କରିବା ସହିତ ଶ୍ରୀଜଗନ୍ନାଥଙ୍କ ମହିମାରେ ଓଡିଶା ସମେତ ସମଗ୍ର ଭାରତ ଉନ୍ନତି ଦିଗରେ ଆଗକୁ ଯାଉଛି ବୋଲି ଉଲ୍ଲେଖ କରିଛନ୍ତି। ଏଥି ସହିତ ପ୍ରସାଦଙ୍କ ଉଜ୍ୱଳ ଭବିଷ୍ୟାତର କାମନା ମଧ୍ୟ କରିଛନ୍ତି। ଏହା ଜାଣିବା ପରେ ପ୍ରସାଦଙ୍କ ପିତା ପ୍ରଶାନ୍ତ କୁମାର ବେହେରା ଏବଂ ମାତା ରଞ୍ଜିତା ବେହେରା ଓ ତାଙ୍କ ପରିବାର ବନ୍ଧୁ ବାନ୍ଧବଙ୍କ ନିକଟରୁ ଶୁଭେଛାର ସୁଅ ଛୁଟିଛି। ପ୍ରସାଦ ପିଲାଟି ଦିନରୁ ହିଁ ଚିତ୍ର କଳା ପ୍ରତି ଆକୃଷ୍ଟ ହୋଇ ନିଜେ ନିଜ ପ୍ରଚେଷ୍ଟାରେ ବିଭିନ୍ନ ପ୍ରକାରର ଚିତ୍ର ତିଆରି କରିଥିଲେl ଯାହାକି ତାଙ୍କ ପିତାଙ୍କୁ ଆକର୍ଷିତ କରିଥିଲା । ସେ ପୁଅକୁ ଏହି ଦିଗରେ ସମସ୍ତ ସହାୟତା କରିଥିଲେ। ପ୍ରସାଦ ଏଥି ପୁର୍ବରୁ କନ୍ଧମାଳ ଜିଲାପାଳ ମାନଙ୍କୁ ସେମାନଙ୍କର ସ୍କେଚ୍ ଚିତ୍ର ଆଙ୍କି ସେମାନଙ୍କୁ ଉପହାର ଦେଇଛନ୍ତି। ସେଥି ପାଇଁ ଅନେକ ପ୍ରସଂସା ମଧ୍ୟ ପାଇଛନ୍ତି । ଆଗକୁ ସେ ଜଣେ ଭଲ ଚିତ୍ରକର ଭାବରେ ନିଜକୁ ପ୍ରସ୍ତୁତ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ