କନ୍ଧମାଳରେ ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ
କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଦାଦନ ଯନ୍ତ୍ରଣା ବଢ଼ିବାରେ ଲାଗିଛି I ଜିଲ୍ଲାରେ କର୍ମ ନିଯୁକ୍ତିର ଅଭାବ ପାଇଁ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଏନେକ ଦାଦନ ଶ୍ରମିକ I ଏଭଳି ଏନେକ ଘଟଣା ଜିଲ୍ଲାରେ ଘଟି ସାରିଥିବା ବେଳେ ପୁଣି ଏକ ଯୁବ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି I ଯୁବ ଦାଦନ ଶ୍ରମିକଙ୍କ ନା କୁରୁପତି ଦିଗାଲ (ଏଲିଆସ ବୁଲୁ )ବୋଲି ଜଣାପଡିଥିବା ବେଳେ ତାଙ୍କ ଘର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତର ଗୁରୁପଡା ଗାଁରେ ବୋଲି ଜଣାପଡିଛି I ସୂଚନା ଅନୁସାରେ ମୃତ ଶ୍ରମିକ ଜଣକ ଗତ ଛଅ ମାସ ତଳେ ତାମିଲନାଡୁ ରାଜ୍ୟର ତିରିପୁର ଅଂଚଳକୁ କାମ କରିବାକୁ ଯାଇଥିଲେ I ସେଠି ଏକ ଦୋକାନ ରେ ଶ୍ରମିକ ଭାବରେ କାମ କରୁଥିଲେ I ଗତ ବୁଧବାର ଦିନ ହଠାତ ତାଙ୍କର ଶରୀର ଅସୁସ୍ଥ ହୋଇପଡ଼ିଥିଲା I ତାଙ୍କ ସହକର୍ମୀ ମାନେ ତାଙ୍କୁ କହେମବାଟୁର ରେ ଥିବା ମେଡିକାଲ କଲେଜ ଓ ହସ୍ପିଟାଲ କୁ ଚିକିତ୍ସା ପାଇଁ ନେଇଥିଲେ I ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା I ଖବର ଜଣାପଡିବା ପରେ ସାରା ଫିରିଙ୍ଗିଆ ଅଂଚଳରେ ଓ ଶ୍ରମିକ ଙ୍କ ପରିବାର ରେ ଶୋକର ଛାୟା ଖେଳୁଯାଇଥିବା ବେଳେ ବର୍ତମାନ ମୃତ ଶ୍ରମିକ ଙ୍କ ମୃତଦେହ ସେହି ମେଡିକାଲ ର ଶବ ସରକ୍ଷଣ ଗୃହ ରେ ଥିବା ଜଣାପଡ଼ିଛି I ସେପଟେ ଶ୍ରମିକଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାମିଲନାଡୁରୁ ଶବ ଗାଁ କୁ ଆଣିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ I ଯାହା ଫଳରେ ମୃତ ଶ୍ରମିକଙ୍କ ଶବ କିଭଳି ଭାବରେ ନିଜ ଗାଁ କୁ ଆସିପାରିବ ସେନେଇ ପ୍ରଶାସନକୁ ଗୁହାରି କରିଛନ୍ତି ମୃତ ଶ୍ରମିକ ଙ୍କ ପରିବାର ଲୋକେ l କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ.. ଫାଷ୍ଟ ନିୟୁଜ୍ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0