ଏନ ଏ ସି, ଘୋଷଣା ନ ହେବାରୁ ସଇଁତଲା ରେ ବିଜେଡି, ୧୨ ଘଣ୍ଟା ବନ୍ଦ ପାଳନ କଳା

ବଲାଙ୍ଗୀର, ୧୬/୯ (ଫାଷ୍ଟ ନ୍ୟୁଜ ଓଡିଶା) ସତ୍ୟଜିତଷଡ଼ଙ୍ଗୀ: ବଲାଙ୍ଗୀର ଜିଲ୍ଲା ସଇଁତଳା ପଞ୍ଚାୟତ କୁ ଏନଏସି ଦାବିରେ ମଙ୍ଗଳବାର ଦିନ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ସଇଁତଳା ପଞ୍ଚାୟତ କୁ ବନ୍ଦ ଡ଼ାକରା ଦିଆଯାଇଛି। ଏହି ବନ୍ଦ ପାଳନ ସମୟରେ ସଇଁତଳା ଅଞ୍ଚଳ ର ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ସରକାରୀ ବେ-ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥଲା । ପୂର୍ବରୁ ଥିବା ବିଜେଡ଼ି ସରକାର ସଇଁତଲାକୁ ଏନଏସି କରାଯିବ ବୋଲି ପ୍ରତିଶୃତି ଦେଇଥିବାବେଳେ ବର୍ତ୍ତମାନ ସରକାର ବଦଳି ଯାଇଛି ।ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ରହିଥିବା ବେଳେ ଗତ କିଛିମାସ ତଳେ ନୂତନ ଏନଏସି ଘୋଷଣା କରାଯାଇଥିବାବେଳେ ଏଥିରୁ ସଇଁତଳା ବାଦ ପଡ଼ିଥିଲା । ଏନଏସି ପାଇଁ ଆବଶ୍ୟକୀୟ ସମସ୍ତ ଆବଶ୍ୟକତାକୁ ପୂରଣ କରୁଥିବା ସତ୍ତ୍ବେ ସଇଁତଲାକୁ ଏନଏସିରୁ ବାଦ ଦେଇଛି ବିଜେପି ସରକାର।ଏହାକୁ ନେଇ ସଇଁତଳା ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖବାକୁ ମିଳିଥିଲା । ମଙ୍ଗଳବାର ଦିନ ସଇଁତଳା ପଞ୍ଚାୟତ ର ବିଜେଡ଼ି ଦଳ ତରଫରୁ ଏନଏସି ଦାବୀନେଇ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ଆଗାମୀ ଦିନରେ ସଇଁତଳା କୁ ଏନଏସି ମାନ୍ୟତା ପ୍ରଦାନ କରାନଗଲେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯିବ ବୋଲି ଦଳ ତରଫରୁ ଚେତାବନୀ ଦିଆଯାଇଛି। ମଙ୍ଗଳବାର ଦିନ ବିଜେଡ଼ି ଦଳର ସଦସ୍ୟମାନେ ଜାତୀୟ ରାଜପଥ - ୨୬କୁ ଅବରୋଧ କରିବା ସହ ବନ୍ଦ ପାଳନ କରିଥିଲେ । ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥଲା। । ଏହି ସମୟରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ସୁରେନ୍ଦ୍ର ସିଂ ଭୋଇ ବ୍ଳକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ହିମାଂଚଳ ବୁଡ଼େକ, ଚନ୍ଦ୍ରବଦନ ପୁରୋହିତ, ସଇଁତଳା ସରପଞ୍ଚ ସୁବ୍ରତ ନାଗ, ବିବିନା ସରପଞ୍ଚ ପୁରୁଷୋତମ କଲତା, ବ୍ଳକ ବିଜେଡ଼ି ସଭାପତି ଟୁନୁ ରାଜପାଲିଆ, ସୁବ୍ରତ ପଟ୍ଟନାୟକ, ସିମ୍ରନ ସିଂ ଭୋଇ,ଡେଙ୍ଗ ସମିତି ଯୁବ ନେତା ଶୋଭେନ ସିଂ ଭୋଇ, ସନ୍ତୋଷ ପୁଟା, କପିଳ ଭୋଇ, ମଣ୍ଟୁ ପୃସେଟ,ମୋତି ସାହୁ, ସୌରଭ ଅଗ୍ରୱାଲ, ପ୍ରଦୀପ ବାଗ, ରଣଜିତ ସିଂ ବାବୁ, ଅମିତ ରଥ, କାନନ ପଟ୍ଟନାୟକ, ଲକ୍ଷ୍ମଣ ସେଠ, ଲଲାଟେନ୍ଦୁ ପୃଷେଠ ଙ୍କ ସମେତ ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ।
What's Your Reaction?






