ଉମରକୋଟ କେନାଲ ସାହିର ଅଭାବନୀୟ ଘଟଣା, ଧର୍ମ ପରିବର୍ତ୍ତନ କରିବାରୁ ମୃତ ଶରୀରକୁ ମିଳୁନି ଶ୍ମଶାନ

Sep 18, 2026 - 14:26
 0  11
ଉମରକୋଟ କେନାଲ ସାହିର ଅଭାବନୀୟ ଘଟଣା, ଧର୍ମ ପରିବର୍ତ୍ତନ କରିବାରୁ ମୃତ ଶରୀରକୁ ମିଳୁନି ଶ୍ମଶାନ

ଉମରକୋଟ - ଉମରକୋଟ ବ୍ଲକରେ ଧର୍ମ ପରିବର୍ତ୍ତନ କରିଥିବା ମୃତ ବ୍ୟକ୍ତି ଙ୍କ ସବ ପୋତିବା ନେଇ ବିବାଦ ଧୀରେ ଧୀରେ ବୃଦ୍ଧି ହେବାରେ ଲାଗିଛି। ଏପରି ଏକ ଘଟଣା ଉମରକୋଟ ସହରର କେନାଲ ସାହିର ଦେଖିବାକୁ ମିଳିଛି।।ଏହି ସାହିର ୫୫ ବର୍ଷ ବୟସ୍କ ଫଳ ଦୋକାନୀ କୌଣସି ଏକ ରୋଗରେ ଆଜି ଅପରାହ୍ନ ରେ ମୃତୁ ବରଣ କରିଥିଲେ। ତେବେ ସେ ନିଜ ମୂଲ୍ ଧର୍ମ ପରିବର୍ତ୍ତନ କରିଥିବାରୁ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟ ର ଲୋକମାନେ ସବ ପୋତିବା କୁ ବିରୋଧ କରୁଛନ୍ତି। ଖବର ପାଇଁ ଉମରକୋଟ ତହସିଲଦାର ମେଗ ବାନ ବାଗ, ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର ଓ ଆଇଆଇସି ଯୁଗଳ ଶବର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ