।। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରଦ୍ଧା ଦିବସ ପାଳିତ ।।

Jul 6, 2024 - 15:32
 0  94
।। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରଦ୍ଧା ଦିବସ ପାଳିତ ।।

ରାୟଗଡ଼ା - ସେବା ଓ କରୁଣା ର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆଜି ପ୍ରତ୍ୟୁଷରେ ସହରସ୍ଥିତ ଗାନ୍ଧୀ ପାର୍କରେ ଅତିଥି ମାନେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରି ଏହି ମହାନ ନାୟକ ଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ। ଦେଶ ସେବା କୁ ଆଖି ଆଗରେ ରଖି ନିଜ ରୋଗା କ୍ରାନ୍ତ ପୁତ୍ରକୁ ଅବହେଳା କରି ଦେଶ ସେବା ରେ ନିଜକୁ ସମର୍ପି ଦେଇଥିବା ଏହି ମହାନ ପୁରୁଷ ଙ୍କୁ ଦେଶ ସବୁବେଳେ ମନେ ରଖିବ ବୋଲି ଉପସ୍ଥିତ ଅତିଥି ମାନେ ମତ ଦେଇଥିଲେ। ସ୍ଵର୍ଗତ ଗୋପବନ୍ଧୁ ଦାସ ମୁଁ ନୁହେଁ ଆମେ କହି ସମସ୍ତଙ୍କୁ ଏକ ଡରିରେ ବାନ୍ଧି ରଖି ସଫଳତା ହାସଲ କରୁଥିଲେ। ଆଜିର ଯୁବପିଢି ଏହି ଜନ ନାୟକ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ୍ ବୋଲି ଉପ ଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବି ପ୍ରକାଶ କରିଥିଲେ। ସେବା ଓ ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ଅନ୍ୟତମ ବିନ୍ଧାଣି ଥିଲେ । ସେବାର ଅନ୍ୟନାମ ଉତ୍କଳମଣି ବୋଲି ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସାମାଜିକ ସୁରକ୍ଷା ସଂଗଠନ (ଏସ ଆର୍ ସି ) ଶ୍ରୀ ତ୍ରିଲୋଚନ ପଢ଼ିହାରି ମଧ୍ଯ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲା ସୁଚନା ଅଧିକାରି ଶ୍ରୀ ବସନ୍ତ କୁମାର ପ୍ରଧାନ ଅତିଥି ମାନଙ୍କ ପରିଚୟ ସହ ଗୋପବନ୍ଧୁ ସ୍ମୃତିଚାରଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସାମ୍ୱାଦିକ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ, ବିଜୟ କୁମାର ମହାରଣା , ଶିବ ନାରାୟଣ ଗଉଡ଼, ସୁବାଷ ସୂର୍ଯ୍ୟ, ସାମାଜିକ ଗଣ ମାଧ୍ୟମ ର ପ୍ରତିନିଧି ଶ୍ରୀ ଗୋପିନାଥ ଗୌଡ଼, ଖଗେଶ୍ବର ସିଂହ ଙ୍କ ସହିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ଙ୍କ ସହିତ ଶିକ୍ଷକ ଶଙ୍ଖ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାତଃ ୭ଟା ଏହି ମହାନ୍ ଆତ୍ମା ର ସଦଗତି କାମନା କରି ସ୍ଥାନୀୟ ଝଂଜାବତି ନଦୀ ତୀରେ ତିଳ ତର୍ପଣ ଅର୍ପଣ କରା ଯାଇଥିଲା। ଶେଷରେ ଜେକେ ର ସମାଜ ପ୍ରତିନିଧି ସନ୍ତୋଷ କୁମାର ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ରାୟଗଡ଼ ସମାଜ ଖବର ପ୍ରତିନିଧି ବିଜୟ କୁମାର ମହାରଣା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ମାନେ ମଧ୍ୟ ଯୋଗ ଦେଇଥିଲେ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ