ଆନନ୍ଦ ଓ ଭାଇଚାରାର ବାର୍ତ୍ତା ନେଇ ପଡ଼ିଆରେ ବିଭିନ୍ନ ଚର୍ଚ୍ଚାରେ ପାଳିତ ହେଲା ମେରି ଖ୍ରୀଷ୍ଟମାସ
ପଡ଼ିଆ: ଆଜି ପଡ଼ିଆରେ CSI ଚର୍ଚ୍ଚ ସହ ଅନ୍ୟ ଚର୍ଚ୍ଚ ମାନଙ୍କ ମଧ୍ୟରେ ଖୁସି, ଆନନ୍ଦ ଓ ଭାଇଚାରାର ଉତ୍ସବ ମେରି ଖ୍ରୀଷ୍ଟମାସ ଉତ୍ସାହର ସହ ପାଳନ କରାଯାଇଛି। ପଡ଼ିଆ ରେ ଥିବା ସମସ୍ତ ଚର୍ଚ୍ଚ ଗୁଡ଼ିକ ଆଲୋକମାଳା, କ୍ରିସମାସ ଟ୍ରୀ ଓ ଆକର୍ଷଣୀୟ ସାଜସଜ୍ଜାରେ ଉଜ୍ଜ୍ୱଳ ହୋଇଉଠିଥିଲା। ବିଶ୍ବାସୀ ମାନେ ପ୍ରାର୍ଥନା ସଭାରେ ଯୋଗଦେଇ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ। ଏହି ଅବସରରେ ଶାନ୍ତି, ସହନଶୀଳତା ଓ ମାନବତାର ବାର୍ତ୍ତା ପ୍ରସାରିତ ହୋଇଥିଲା। ଶିଶୁମାନଙ୍କ ମଧ୍ୟରେ ସାନ୍ତାକ୍ଲଜ ଉପହାର ବଣ୍ଟନ କରି ଖୁସିର ପରିବେଶ ସୃଷ୍ଟି ହୋଇଥିଲା।ବଡ଼ଦିନ ଉପଲକ୍ଷେ ପଡ଼ିଆ ର ସମସ୍ତ ଚର୍ଚ୍ଚର ଵିଶ୍ବାସୀ ମାନେ ମିଳିମିଶି ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମଦିନର ବାର୍ତ୍ତା କୋଣ ଅନୁକୋଣରେ ପ୍ରକାଶ କରିବା ଉଦ୍ଦେଶ୍ୟରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନାଚ, ଗୀତ ଓ ଡେମସା ମାଧ୍ୟମରେ ପଡ଼ିଆ ପରିଭ୍ରମଣ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0