।। ଅଳଙ୍କାର ସଫେଇ କରିବା କହି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଂକାର , ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଅଁରା ଗ୍ରାମରେ ।।

Sep 10, 2024 - 12:11
 0  133
।। ଅଳଙ୍କାର ସଫେଇ କରିବା କହି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଂକାର , ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଅଁରା ଗ୍ରାମରେ ।।

ଦୁଇ ଜଣ ଠକ ମଟର ସାଇକେଲ ଶୁକ୍ରବାର ଅପରାହ୍ନ ରେ ଭଅଁରା ଗ୍ରାମର ପ୍ରତାପ ସ୍ବାଇଁଙ୍କ ଘରକୁ ଆସି ପିତ୍ତଳ, ରୁପା ଜିନିଷ ଜିନିଷ ମାଗଣାରେ ସଫା କରିବାକୁ କହିଥିଲେ ପ୍ରତାପଙ୍କ ପତ୍ନୀ କଳ୍ପନା ଘରେ ଥୂବା ବିଭିନ୍ନ ପିତ୍ତଳ ଓ ରୁପା ଜିନିଷ ସଫା କରିବାକୁ ଦେଇଥିଲେ , କଳ୍ପନାଙ୍କ ମନରେ ବିଶ୍ଵାସ ଜନ୍ମାଇବା ପାଇଁ ପାଇଁ ଉଭୟ ପିତ୍ତଳ ଓ ରୁପା ଜିନିଷ ସଫା କରିଦେଇଥିଲେ । ପରେ ସୁନା ର ଦେଲେ ବି ସେ ସଫା କରିଦେବେ ବୋଲି କହିଥିଲେ । କଳ୍ପନା ଘରେ ଥ‌ିବା ବିଭିନ୍ନ ସୁନା ଅଳଙ୍କାର ଆଣି ସଫା କରିବାକୁ ଦେଇଥିଲେ ହେଲେ ଉକ୍ତ ସୁନା ଅଳଙ୍କାରକୁ ଏହି ଠକ୍ ମାନେ କୌଶଳ କରି ନେଇଯାଇଥିଲେ । କଳ୍ପନାଙ୍କୁ ଏକ ଜରି ପ୍ୟାକେଟ୍‌ରେ ପାଉଡର୍ ଭର୍ତ୍ତି କରି ଏଥିରେ ସୁନା ଅଳଙ୍କାର ଅଛି ବୋଲି କହିଥିଲେ । ଏହାକୁ ଅଧଘଣ୍ଟା ପରେ ବାହାର କରିବାକୁ କହିଥିଲେ I ସେମାନଙ୍କ କଥାକୁ ଭରସା କରି ଅଧ ଘଣ୍ଟା ପରେ ଉକ୍ତ ପାଉଡର ପ୍ୟାକେଟ୍ ଖୋଲିବା ପରେ ପାଉଡର୍ ଓ ଦୁଇଟି ଗୋଡ଼ି ବାହାରିଥିଲା । ଠକାମୀ ର ଶିକାର ହେବା ପରେ ପରିବାର ପକ୍ଷରୁ ବରୀ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ବରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ,ଠକ୍ ମାନେ ବ୍ୟବହାର କରିଥିବା ମୋତେ ସାଇକେଲ ରି ସି ସି ଟିଭି ରେ କୟଦ୍ ହୋଇଥିବା ଦେଖିବାକୁ ମିଳିଛିବରୀ ।

 ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ