ଅବସରକାଳୀନ ସମ୍ବର୍ଦ୍ଧନା
କୋଲାବିରା,୩୦।୬(ଫାଷ୍ଟ ନ୍ୟୁଜ ଓଡିଶା): ସରକାରୀ ଉଚ୍ଚବିଦ୍ୟାଳୟ ସୋଡାମାଳ ଠାରେ ବିଦ୍ୟାଳୟର ବରିଷ୍ଠ ଖେଳ ଶିକ୍ଷକ ଶ୍ରୀମାନ ବସନ୍ତ କୁମାର ବେହେରା ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମାନ ସୁଦର୍ଶନ ସରାଫ ଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିଲା। ଝାରସୁଗୁଡ଼ା ଜିଲ୍ଲାରେ ଦୀର୍ଘ ୩୭ ବର୍ଷର ଚାକିରୀ କାଳ ମଧ୍ୟରୁ ପ୍ରାୟ ୧୯ ବର୍ଷ ସମୟ ଏହି ବିଦ୍ୟାଳୟରେ ଖେଳ ଶିକ୍ଷକ ରୂପେ ଶ୍ରୀମାନ ବେହେରା ସାର୍ ଅଧ୍ୟାପନା କରି ଅନେକ ରାଜ୍ୟ ଓ ଜାତୀୟ ସ୍ତରୀୟ କ୍ରୀଡାବିତ୍ ସୃଷ୍ଟି କରି ଜିଲ୍ଲା ତଥା ବିଦ୍ୟାଳୟ ପାଇଁ ଗୌରବ ଆଣି ପାରିଥିଲେ।ସେ ଜଣେ ନିଷ୍ଠାବାନ ବ୍ୟକ୍ତି ଭାବେ ବିଦ୍ୟାଳୟର ପ୍ରତ୍ୟେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ ରେ ଭାଗନେଇ ବିଦ୍ୟାଳୟ କୁ ସରସ ସୁନ୍ଦର ଗଢି ତୋଳିବା ରେ ନିଜ କର୍ମମୟ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ। ସଭାରେ ଅର୍ଡା ସରକାରୀ ଉଚ୍ଚବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମାନ ପ୍ରଦୀପ ପ୍ରଧାନ ଏବଂ ବଞ୍ଜାରୀ ଉଚ୍ଚବିଦ୍ୟାଳୟ ର ଅବସର ପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀମାନ ଜୀବର୍ଦ୍ଧନ ରାଉତ ଯୋଗଦେଇଥିବା ସ୍ଥଳେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀମାନ ପ୍ରେମସାଗର ଦାସ, ଭରତ କୁମାର ସାହୁ,ମଦନ ମେହେର, ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସାବିତ୍ରୀ ପଟେଲ,ପ୍ରମୋଦିନୀ ଏକ୍କା,ରାନୀ ମୁଣ୍ଡା,ରୁବିରାଣୀ ପଟେଲ,ପ୍ରକାଶିନୀ ନାଏକ, ଆରତୀ କାଣ୍ଡୁଲାନା ତଥା ଅନ୍ୟାନ୍ୟ କର୍ମଚାରୀ ସହ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
1