।। ଅନ୍ୟତ୍ର ବିବାହ ଠିକ୍ ହେବାରୁ ଯୁବତୀ ଙ୍କ ଆତ୍ମହତ୍ୟା ।।

Jun 6, 2024 - 17:33
 0  154
।। ଅନ୍ୟତ୍ର ବିବାହ ଠିକ୍ ହେବାରୁ ଯୁବତୀ ଙ୍କ  ଆତ୍ମହତ୍ୟା ।।

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅନ୍ତର୍ଗତ ଅଙ୍କୁରା ଝପା ମୁଣ୍ଡା ସାହିରେ ଏକ ଦୁଃଖ ଘଟଣା ଦେଖିବାକୁ ମିଳିଛି ।ଗତ କାଲି ରାତି ଝିଅ ସମସ୍ତଙ୍କୁ ଖାଇବା ପାଇଁ ଦେଇ ସାରି ନିଜେ ମଧ୍ୟ ଖାଇ ସାରି ମାଆଙ୍କୁ ମାଆ ତମେ ମାନେ ଶୋଇବାକୁ ପଠାଇ ଦେଇ ନିଜେ ଶୋଇଥିବା ଘର ଭିତରେ ବେକ ରେ ରଶି ସାହାଯ୍ୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ଆଜି ସକାଳେ ମାଆ ଝିଅକୁ ଡାକିବା ସମୟରେ ଝିଅ ଉଠି ନଥିବାରୁ ମାଆ ମନରେ ସନ୍ଦେହ ହେବାରୁ କବାଟ ତାଡ଼ି ଦେଖିବା ପରେ ପରିବା ଲୋକଙ୍କୁ ଡାକ ପକେଇ ଥିଲା ଯାହାଫଳରେ ଗ୍ରାମବାସୀ ମାନେ ଧାଇଁ ଆସି ଦେଖି ପାଟଣା ପୋଲିସ କୁ ଖବର ଦେଇଥିଲେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ୍ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ବୋଲି ସୂଚନା ମିଳିଛି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ