ସୁନାବେଡ଼ା ଏସ୍ ଡି ପି ଓ ଭାବରେ ନୂଆ କରି ଯୋଗ ଦେଲେ ସୁମିତ୍ରା ଜେନା

Feb 20, 2025 - 18:05
 0  70
ସୁନାବେଡ଼ା ଏସ୍ ଡି ପି ଓ ଭାବରେ ନୂଆ କରି ଯୋଗ ଦେଲେ ସୁମିତ୍ରା ଜେନା

କୋରାପୁଟ:ସୁନାବେଡ଼ା ଏଠାକାର ପୂର୍ବତନ ଏସ୍ ଡି ପି ଓ ମନୋବ୍ରତା ଶତପଥୀଙ୍କ ଏ ଏସ୍ ପି ରୂପେ ପଦୋନ୍ନତି ପରେ ତାଙ୍କର ଜିଲ୍ଲା ମୂଖ୍ଯ କାର୍ଯ୍ୟାଳୟ କୁ ବଦଳି ହୋଇଛି । ତାଙ୍କ ସ୍ଥାନରେ ସୁମିତ୍ରା ଜେନା ଯୋଗ ଦେଇଛନ୍ତି । ପୂର୍ବରୁ କଳାହାଣ୍ଡି ଜିଲା ମୂଖ୍ଯ କାର୍ଯ୍ଯାଳୟରେ ଡି ଏସ୍ ପି ଭାବରେ କାର୍ଯ୍ଯ କରି ଆସିଛନ୍ତି । ପ୍ରକାଶ ଯୋଗ୍ଯ ୨୦୧୯/୨୦ ବର୍ଷ ସେ ଏଠାକାର ସୁନାବେଡ଼ା ଥାନା ଆଇ ଆଇ ସି ଭାବରେ କାର୍ଯ୍ଯ କରିଛନ୍ତି । କାର୍ଯ୍ଯାଳୟରେ ଯୋଗ ଦେବା ପରେ ସୁନାବେଡା ଉପଖଣ୍ଡ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟ ଉପରେ ବିଶେଷ ନଜର ରଖାଯିବା ସହ ଗଞ୍ଜେଇ ଚୋରା ଚାଲାଣ ଏବଂ ଚନ୍ଦନ କାଠ ଚୋରା ଚାଲାଣ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରହିବ ବୋଲି ସେ କହିଛନ୍ତି ।

ବ୍ୟୁର ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ