ଶିକ୍ଷା, ସ୍ଵାସ୍ଥ୍ୟ , ପାନୀୟ ଜଳ ଓ ବିଭିନ୍ନ ସମସ୍ୟା ଦାବିରେ ଗୁଣପୁର ଠାରେ ୧୨ ଘଣ୍ଟିଆ ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ

Dec 17, 2024 - 22:00
 0  22
ଶିକ୍ଷା, ସ୍ଵାସ୍ଥ୍ୟ , ପାନୀୟ ଜଳ ଓ ବିଭିନ୍ନ ସମସ୍ୟା ଦାବିରେ ଗୁଣପୁର ଠାରେ ୧୨ ଘଣ୍ଟିଆ ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୁଣପୁର ପଞ୍ଚାୟତବାସୀ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ୧୨ ଘଣ୍ଟିଆ ରାସ୍ତା ଅବରୋଧ କରି ଜୀବନ ଯାତ୍ରାକୁ ଠପ୍ କରିଦେଇଛନ୍ତି। ଗୁଣପୁର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏହି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ପରିଷଦ ପକ୍ଷରୁ ପାନୀୟ ଜଳ, ଶିକ୍ଷା, ସ୍ଵାସ୍ଥ୍ୟ, ତଥା କ୍ରୀଡ଼ା କ୍ଷେତ୍ରରେ ଥିବା ଲୁକ୍କାୟିତ ପ୍ରତିଭାର ଅନ୍ଵେଷଣ ପାଇଁ ଖେଳ ପଡିଆର ଉନ୍ନତିକରଣ ସକାଶେ ଏହି ଅବରୋଧ କରିଛନ୍ତି। ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ଯାଏଁ ଏହି ଅବରୋଧ ଜାରୀ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପରେ ଖବର ପାଇ ଥୁଆମୂଳ ରାମପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଧୃବଚରଣ ମୁଦୁଲି ଅବରୋଧକାରୀଙ୍କ ନିକଟରେ ପହଞ୍ଚି ତାଙ୍କ ସହିତ ଉପରୋକ୍ତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯୋଗ୍ୟ ଯେ, ଗୁଣପୁର ପଞ୍ଚାୟତବାସୀ ପାନୀୟ ଜଳ ପାଇଁ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ଏଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆଖପାଖ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଦୟନୀୟ ଭାବେ କାଳାତିପାତ କରୁଛନ୍ତି। ସେହିପରି ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ନ କହିବା ଭଲ । ସମନ୍ଵିତ ଆଦିବାସୀ ଉନ୍ନୟନ ବିଭାଗ ଥୁଆମୂଳ ରାମପୁର ଆଦିବାସୀ ବହୁଳ ଅଞ୍ଚଳରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଗୋଟିଏ ଗୋଟିଏ ଯୋଜନା ବର୍ଷ ବର୍ଷ ଧରି ନିର୍ମାଣ ନାଁ ରେ ରାଜକୋଷରୁ ଅଯଥାରେ କୋଟି କୋଟି ଅର୍ଥ ବ୍ୟୟ ହୋଇ ଚାଲିଛି। କିନ୍ତୁ ଏହାର ସୁଫଳ ଜନସାଧାରଣଙ୍କୁ ମିଳି ପାରୁନାହିଁ। ଯଦ୍ବାରା ଆଜି ଗୁଣପୁର ଆଞ୍ଚଳିକ ବିକାଶ ପରିଷଦ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛି ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୁଜାତା ମାଝୀ କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି ସ୍ଥାନୀୟ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିବା ଯୁବକ ଶ୍ରୀ ରଥ ଦୁରିଆ ମଧ୍ୟ ଅନୁରୂପ ଭାବେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପରେ ବିଡ଼ିଓ ଆନ୍ଦୋଳନକାରୀଙ୍କୁ ୭ ଦିନ ମଧ୍ୟରେ ତାଙ୍କ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟାଇଥିବା ଦେଖିବାକୁ ମିଳିଛି ।

କଳାହାଣ୍ଡି ଜିଲ୍ଲା ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ