ଶନିବାର ଅପରାହ୍ନରେ ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା

Dec 21, 2024 - 20:05
 0  6
ଶନିବାର ଅପରାହ୍ନରେ ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ମେଡିକାଲ ସମ୍ମୁଖ ଗଳି ତଥା ଥାନା ଓ କାଳୀ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସଟିରଭିତର ପାଖ ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ବାହାର ର ମଧ୍ୟ ଅଧିକାଂଶ ଭାଗ ପୋଡ଼ି ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଦୀର୍ଘ ୪ମାସ ହେବ ଘରୋଇ ଯାତ୍ରୀ ବାହୀ ବସ କ୍ରିଷ୍ଣା ନଂ. ଓଆର-୧୮-ବି-୧୦୩୪ ଟି ରୁଟରେ ନଯାଇ ପଣସପଡି ଯିବା ରାସ୍ତା କଡ଼ରେ ଠିଆ ହୋଇ ରହିଥିଲା । ତେବେ ଦୀର୍ଘ ଦିନ ଧରି ରାସ୍ତା କଡରେ ଠିଆ ହୋଇଥିବା ବସରେ କିଭଳି ନିଆଁ ଲାଗିଲା ସେନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେପଟେ କେଉଁ କାରଣରୁ ବସରେ ନିଆଁ ଲାଗିଲା ସେନେଇ ବାଲିଗୁଡ଼ା ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ