।। ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ୍ ।।

Sep 2, 2024 - 20:16
 0  116
।। ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ୍ ।।

ମାତ୍ର ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିବା ରାଜାତୋଟା -ଅଣିକଣା ଆପ୍ରୋଚ ରୋଡ୍ ଲଗାଣ ବର୍ଷାରେ କିଛିଅଂଶ ଧୋଇଯାଇଛି। କାର୍ଯ୍ୟ ଆରମ୍ଭ ବେଳେ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଲୋକେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏବେ ସେତୁର ଆଣିକଣା ପାର୍ଶ୍ଵ ଧୋଇଯିବା ସହିତ ଏକ ବିରାଟ ଗର୍ଭ ସୃଷ୍ଟି ହେବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ସେତୁ ଦେଇ ଗମ୍ମୁ, ମହାକାଳପଡ଼ା, ସେରପୁର, କୃଷ୍ଣନଗର, ଶ୍ରୀରାମପୁର, ମନ୍ଦାରି, ଅଣିକଣା ଓ ବେଞ୍ଜରାପୁରର ଗ୍ରାମବାସୀ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବରୀ ବ୍ଲକ କାର୍ଯ୍ୟାଳୟ, ବରୀ ଥାନା ଓ ତହସିଲ କାର୍ଯ୍ୟାଳୟକୁ ଯାତାୟତ କରନ୍ତି। ଏତଦ୍‌ଦ୍‍ବ୍ୟତୀତ ବରୀ ଅଞ୍ଚଳର ଏକମାତ୍ର ମହିଳା ମହାବିଦ୍ୟାଳୟ ଥିବାରୁ ଛାତ୍ରୀମାନେ ଆସିଥାନ୍ତି। ତେଣୁ ତୁରନ୍ତ ଏହାର ମରାମତି କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ