।। ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ୍ ।।

Sep 2, 2024 - 20:16
 0  117
।। ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ୍ ।।

ମାତ୍ର ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିବା ରାଜାତୋଟା -ଅଣିକଣା ଆପ୍ରୋଚ ରୋଡ୍ ଲଗାଣ ବର୍ଷାରେ କିଛିଅଂଶ ଧୋଇଯାଇଛି। କାର୍ଯ୍ୟ ଆରମ୍ଭ ବେଳେ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଲୋକେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏବେ ସେତୁର ଆଣିକଣା ପାର୍ଶ୍ଵ ଧୋଇଯିବା ସହିତ ଏକ ବିରାଟ ଗର୍ଭ ସୃଷ୍ଟି ହେବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ସେତୁ ଦେଇ ଗମ୍ମୁ, ମହାକାଳପଡ଼ା, ସେରପୁର, କୃଷ୍ଣନଗର, ଶ୍ରୀରାମପୁର, ମନ୍ଦାରି, ଅଣିକଣା ଓ ବେଞ୍ଜରାପୁରର ଗ୍ରାମବାସୀ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବରୀ ବ୍ଲକ କାର୍ଯ୍ୟାଳୟ, ବରୀ ଥାନା ଓ ତହସିଲ କାର୍ଯ୍ୟାଳୟକୁ ଯାତାୟତ କରନ୍ତି। ଏତଦ୍‌ଦ୍‍ବ୍ୟତୀତ ବରୀ ଅଞ୍ଚଳର ଏକମାତ୍ର ମହିଳା ମହାବିଦ୍ୟାଳୟ ଥିବାରୁ ଛାତ୍ରୀମାନେ ଆସିଥାନ୍ତି। ତେଣୁ ତୁରନ୍ତ ଏହାର ମରାମତି କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ