ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ ଠାରେ ଏଡ୍ସ ସଚେତନତା ଶିବିର ଆୟୋଜିତ

Sep 14, 2024 - 17:13
 0  4
ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ ଠାରେ ଏଡ୍ସ ସଚେତନତା ଶିବିର ଆୟୋଜିତ

ମୁନିଗୁଡ଼ା, ତା ୧୪/୦୯,ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ ସ୍ଥିତ ସ୍ନାତକ ମହାବିଦ୍ୟାଳୟ ଠାରେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ସ୍ଥାନୀୟ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ହୂଷିକେଶଜାଲି , ଅଧ୍ୟପକ ଡା ରାମନାଥ ମହାପାତ୍ର, ଅଧ୍ୟପକ ଵିଶ୍ଵନାଥ ନାୟକ,ଗୋଷ୍ଠୀ ସ୍ବାସ୍ଥ୍ୟ ତତ୍ତ୍ଵାବଧାନରେ ଏଡ଼ସ ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଡ୍ସ ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମ ସହିତ ଏସ ଟି ଆଇ ସଂକ୍ରମଣ ବିଷୟରେ ଆଇ ସି ଟି ସି କାଉନସିଲର ଅଜୟ କୁମାର ପରିଡ଼ା ଓ ସଚେତକ ଗୌରାଙ୍ଗ ଚରଣ ବାରିକ ,ପି ଏଚ ଇ ଓ ସଂଯୁକ୍ତ ଗମାଙ୍ଗ,ଏସ ଟି ଏସ ଆଲୋକ କୁମାର ପଣ୍ଡା,ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ । ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଅନ୍ୟାନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମର ସୁପରିଚାଳନା ରେ ସହାୟତା କରିଥିଲେ । ଏଡ୍ସ ବ୍ୟାପିବାର କାରଣ ଓ ତାହାର ପ୍ରତିକାର ବିଷୟରେ ଆଇ ସି ଟି ସି ଟେକ୍ନିସିଆନ ଗୌରାଙ୍ଗ ଚରଣ ବାରିକ ଏଡ୍ସ ସଚେତନତା ଵିଷୟରେ ସଚେତନତା କରାଇଥିଲେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନଙ୍କ ଦ୍ଵାରା ସୁଦୀର୍ଘ ବ୍ୟକ୍ତବ୍ୟ ରଖିବା ସହିତ ସମାଜ ତଥା ନିଜକୁ କିପରି ଏଡ୍ସ ମହାମାରୀ ରୁ ଦୁରାଇ ରଖିବେ ସେ ବିଷୟରେ ସଚେତନ କରାଇଥିଲେ । ତତ୍ ସହିତ ଏଡ୍ସ କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ବିଶ୍ଵନାଥ ନାୟକ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ ଶେଷ କରିଥିଲେ ।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ