ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନ

ବାରିପଦା - ତା :- ୧୩/୦୫/୨୦୨୫ ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ପ୍ରଥମ ମ୍ୟାଚରେ କିସାନ ବ୍ରଦର୍ସ ଦଳ ରୟାଲ ଟାଇଗର୍ସ ଦଳକୁ ଟାଇ ବ୍ରେକର ଜରିଆରେ ୪-୩ ଗୋଲରେ ପରାସ୍ତ କରିଥିଲା I ଦ୍ଵିତୀୟ ମ୍ୟାଚରେ ଅଲଡ଼ ଇଜ ଗୋଲଡ଼ ଦଳ କଇଁଫୁଲିଆ ଦଳକୁ ଟାଇବ୍ରେକର ଜରିଆରେ ୪ - ୩ ଗୋଲରେ ପରାସ୍ତ କରିଥିଲା I ଶୈକତ ଗିରି, ଅମିତ ମାଇତି, ଚନ୍ଦନା ଘୋଷ ଓ ସୁଭଦ୍ରା ହେମ୍ବ୍ରମ ଖେଳ ପରିଚାଳନା କରିଥିବା ବେଳେ ମନୋଜ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ I ରାଜ୍ୟ ସ୍ତରୀୟ ନେତା ଜୀବନ ସାହୁ, ପୂର୍ବତନ କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ପୂର୍ବତନ କୋଚ କୁମାର ରଞ୍ଜନ ପଣ୍ଡା, ବିଶିଷ୍ଟ ଫୁଟବଲ ଖେଳାଳି ଯଦୁନାଥ ମାଝୀ, କୈଳାସ ବେହେରା, ଅଶୋକ ମିସ୍ତ୍ରୀ, ଓ ବିଜୟ କୁମାର ଦାସ (ମଣ୍ଟୁ ଦା), ସୋମନାଥ ସିଂହ, ତପନ କୁମାର ସିନ୍ହା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜକ ଲୋହିତ ଦାଶ, ବିନୋଦ ରାମ, ରବୀନ୍ଦ୍ର ନାୟକ, ନୁରୁଲ ଇସଲାମ, ଗଦାଧର ବେହେରା, ସୁକେନ୍ଦୁ ଦାସ ଉପସ୍ଥିତ ଥିଲେ I ଆସନ୍ତା କାଲିର ପ୍ରଥମ ମ୍ୟାଚ ଶିମିଳିପାଳ ଫୁଟବଲ କ୍ଲବ ଓ ଭୋଳାଗଡ଼ିଆ ଫୁଟବଲ କ୍ଲବ ଏବଂ ଦ୍ଵିତୀୟ ମ୍ୟାଚ ରୟାଲ ଫୁଟବଲ କ୍ଲବ ଓ ଜି ପି ଫୁଟବଲ କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହେବ I
What's Your Reaction?






