।। ବ୍ଲକ ସ୍ତରୀୟ ଜନଜାତି ସାଂସ୍କୃତିକ ଉତ୍ସବ ପାଳନ ।।

Mar 8, 2024 - 20:10
 0  13
।। ବ୍ଲକ ସ୍ତରୀୟ ଜନଜାତି ସାଂସ୍କୃତିକ ଉତ୍ସବ ପାଳନ ।।

ବଲାଙ୍ଗୀର ଜିଲ୍ଲା ର ଖପାଖେଲ-୦୭/୦୩-୨୪ ଖପ୍ରାଖୋଲ ବ୍ଳକ ସ୍ଥାନୀୟ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆ ଠାରେ ବ୍ଲକ ସ୍ତରୀୟ ଜନଜାତି ସାଂସ୍କୃତିକ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଡବ୍ଲୁଇଓ ପ୍ରତିକ୍ଷା ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ରୂପେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଆଦିବାସୀ ସଂଘ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା , ସମ୍ପାଦିକା ଲକ୍ଷ୍ମୀ ଶବର , ଯଦୁମଣୀ ବରିହା, ସତ୍ୟଭାମା ମାଝୀ,ଧରମ ସିଂ ବରିହା ଯୋଗ ଦେଇଥିଲେ । ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଜନଜାତି ସମ୍ପ୍ରଦାୟର କଳାକାର ମାନେ ମଞ୍ଚରେ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । କଲା ପ୍ରଦର୍ଶନ କରିଥିବା ଦଳ ମାନଙ୍କୁ ଅତିଥି ମାନେ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ବ୍ଲକ ଅଞ୍ଚଳର ଶତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ।

ଖପ୍ରାଖୋଲ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ