।। ବେଧଡକ ଚାଲିଛି ଗଛ କଟା, ନିରବଦ୍ରଷ୍ଟା ସାଜିଥିଲା ପାଟଣା ବନ ବିଭାଗ ।।

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅଧିନରେ ଥିବା ଜଙ୍ଗଲରୁ ବାରମ୍ବାର ମୂଲ୍ୟବାନ ଗଛ ଚୋରି ହେଉଥିଲେ ମଧ୍ୟ ବନ ବିଭାଗ ନୀରବଦ୍ରଷ୍ଟା ସାଜିଛି । ଦିନ ଦ୍ବିପହରରେ ଚାଲିଛି। ଗଛ କଟା ହେଲେ ସବୁ ଜାଣି ଚୁପ୍ ବସିଛି ପାଟଣା ବନ ବିଭାଗ ଏରେଣ୍ଡେଇ ପଞ୍ଚାୟତ ବେଗନାଖମଣ ଗାଁର କୋଠାଘର କୁଦୁରୁସାହି ରେ ସଂରକ୍ଷିତ ଜଙ୍ଗଲରେ ଶହ ଶହ ଆକାଶିଆ ଓ ଇୟୁକିଲ ପଟାସ, ଗଛ କାଟି କାଠ ମାଫିଆମାନେ ନେଇ ଯାଇଥିଲେ ମଧ୍ୟ ସବୁ ଜାଣି ଚୁପ୍ ବସିଛି ବନ ବିଭାଗ ।ପାଟଣା ବନାଞ୍ଚଳ ବନ କର୍ମଚାରୀ ଓ ବନାଞ୍ଚଳ ଅଧିକାରୀଙ୍କ ନିଷ୍କ୍ରିୟତାର ଫାଇଦା ଉଠାଉଛନ୍ତି କାଠ ମାଫିଆ । ସେମାନେ କାହାରିକୁ ଭୟ ନ କରି ଜଙ୍ଗଲ ଲୁଟିବାରେ ଲାଗି ପଡିଛନ୍ତି । ତେଣୁ ପାଟଣା ବନାଞ୍ଚଳ ଅଧିନସ୍ଥ ବିଭିନ୍ନ ଜଙ୍ଗଲରୁ କାଠ ଚୋରି ଏକ ନିୟମିତ ଘଟଣା ହୋଇଛି। କାଠ ମାଫିଆ ନିର୍ଭୟରେ ଦିନ ଦ୍ୱିପ୍ରହରେ ଜଙ୍ଗଲରେ ପଶି ବିଶାଳ ଦାମିକିଆ ଗଛ ଦେଖି କାଟି ନେଉଛନ୍ତି । ଯାହା ଫଳରେ ପାଟଣା ବନାଞ୍ଚଳର ବିସ୍ତୃତ ଜଙ୍ଗଲ ଉଜୁଡିବାକୁ ବସିଛି। ସେପଟେ ବନବିଭାଗ ଅଧିକାରୀ ବନବିହାରୀ ସର୍ଦ୍ଦାର ଙ୍କୁ ପଚାରିବାରୁ ସେ ତତ୍ପର ହୋଇ ଫୋନ୍ କାଟିଦେଲେ ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






