"ବେଟି ବଚାଓ ବେଟି ପଢାଓ" ଅଭିଯାନ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ

Jan 23, 2025 - 11:51
 0  80
"ବେଟି ବଚାଓ ବେଟି ପଢାଓ" ଅଭିଯାନ ର ଦଶବର୍ଷ  ପୂର୍ତ୍ତି ଉପଲକ୍ଷେ  ଜିଲ୍ଲା ସ୍ତରୀୟ  ସମାବେଶ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୨/ ୦୧/୨୦୨୫ ରିଖ ସମଗ୍ର ଭାରତ ବର୍ଷରେ କନ୍ୟା ସନ୍ତାନ ମାନଙ୍କର ସୁରକ୍ଷା ଓ ସୁନେଲି ଭବିଷ୍ୟତ ଗଠନ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଚାଲୁଥିବା "ବେଟି ବଚାଓ ବେଟି ପଢାଓ "ଅଭିଯାନ ର ଦଶବର୍ଷ ପୂର୍ତ୍ତି ଅବସର ଉପଲକ୍ଷେ ନବରଙ୍ଗପୁର ର ମାଝିଗୁଡା ସ୍ଥିତ ନର୍ସିଂ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଟିତ ହୋଇ ଯାଇଛି ! ଏହି ଅବସରରେ ସକାଳେ ବିଭିନ୍ନ ସ୍ଲୋଗାନ ସହ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ! ଜିଲ୍ଲା ସମାଜ କଲ୍ଯାଣ କାର୍ଯ୍ୟଳୟ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ଆନୁକୁଲ୍ୟରେ ଅନୁଷ୍ଠୀତ ହୋଇଥିବା ଏହି ଜିଲ୍ଲା ସ୍ତରୀୟ କର୍ମଶାଳାରେ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ଯଅତିଥି ଭାବରେ ଯୋଗଦେଇ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ ! ସଭା ପୂର୍ବରୁ ଜିଲ୍ଲାପାଳ ଙ୍କ ନେତୃତ୍ୱ ରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା ! କର୍ମଶାଳାରେ ଜିଲ୍ଲାପାଳ ଡଃ ମହାପାତ୍ର ଜିଲ୍ଲାରେ ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି ! ଖୁସିର କଥା ଆମ ଜିଲ୍ଲା ନବରଙ୍ଗପୁର ରେ ପୁରୁଷ ମାନଙ୍କ ତୁଳନା ରେ ମହିଳା ମାନଙ୍କ ସଂଖ୍ୟା ଅଧିକ ! ଜିଲ୍ଲାରେ ବାଳିକା ମାନଙ୍କ ପ୍ରତି ଆମର ପାରମ୍ପରିକ ଚିନ୍ତା ଧାରା ପରିବର୍ତ୍ତନ ଆଣିବା କିଶୋରୀ ମାନଙ୍କର ଶିକ୍ଷାର ଗୁରୁତ୍ଵ ଉପରେ ବ୍ୟାପକ ଭାବରେ ପ୍ରଚାର ଓ ପ୍ରସାର ପାଇଁ ପରାମର୍ଶ ଦେବା ସହିତ ଉପସ୍ଥିତ ନର୍ସିଂ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଜୀବନରେ ଗୋଟିଏ ଝିଅର ଜୀବନ ବଞ୍ଚାଇବା ପାଇଁ ଆହ୍ଵାନ ଦେଇଥିଲେ ! କିଶୋରୀ ମାନେ ନିଜର ଚିନ୍ତାଧାରା ରେ ପରିବର୍ତ୍ତନ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବୀ ହୋଇ ନିଜେ ଜିଲ୍ଲା ପାଇଁ ଉଦାହରଣ ହେବାପାଇଁ ମତବ୍ୟକ୍ତ କରିଥିଲେ ! ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦି କହଁର ବୈଠକ ପ୍ରାରମ୍ଭରେ ସୂଚନା ଦେଇ କହିଥିଲେ ଯେ ଆମ ଜିଲ୍ଲାରେ ଯଦିଓ ପୁରୁଷ ମାନଙ୍କ ତୁଳନା ରେ ମହିଳା ମାନଙ୍କ ସଂଖ୍ୟା ଅଧିକ ତଥାପି ଜିଲ୍ଲାରେ ବାଳିକା ମାନଙ୍କ ର ଶିକ୍ଷା ଓ ବାଲ୍ୟବିବାହକୁ ରୋକିବା ଦିଗରେ ଏହି ବେଟି ବଚାଓ ବେଟି ପଢାଓ ଅଭିଯାନ କାର୍ଯ୍ୟ କରୁଛି ! ଜିଲ୍ଲାରେ ଆଗାମୀ ଦିନରେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ଭାବରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ବାଲ୍ୟ ବିବାହକୁ ନା ବିଦ୍ୟାଳୟ କୁ ହଁ ଅଭିଯାନ କୁ ଏହା ତ୍ୱରାଣୀତ କରିବ ! ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ନିଜର ବକ୍ତବ୍ୟ ରେ ବିଗତ ତିନି ବର୍ଷ ମଧ୍ୟରେ ବେଟି ବଚାଓ ବେଟି ପଢାଓ ଅଭିଯାନ ମାଧ୍ୟମ ହୋଇଥିବା କାର୍ଯ୍ୟ କ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ ! ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସମାଜରେ କୃତିତ୍ଵ ଅର୍ଜନ କରିଥବା ମହିଳା ମାନଙ୍କ ର ତ୍ୟାଗ କୁ ସ୍ମରଣ କରାଇବା ସହିତ ବାଳିକା ମାଙ୍କ ଜୀବନରେ ଶିକ୍ଷା ର ଗୁରୁତ୍ଵ ଉପରେ ଆଲୋକ ପାତ କରିଥିଲେ ! ଜିଲ୍ଲା ନିୟୋଜନ ଅଧିକାରୀ ଆନନ୍ଦ ପଲାଇ ବାଳିକା ମାନଙ୍କ ନିମନ୍ତେ କୌଶଳ ଭିତ୍ତିକ ଶିକ୍ଷା ର ଗୁରୁତ୍ଵ ଓ ସରକାରଙ୍କ ଦ୍ଵାରା ବାଳିକା ମାନଙ୍କ ନିମନ୍ତେ ଥିବା କୌଶଳ ଭିତ୍ତିକ ଶିକ୍ଷାର ବିଭିନ୍ନ ଯୋଜନା ଗୁଡିକ ଉପରେ ବୁଝାଇ ଥିଲେ ! ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ମଳୟ କୁମାର ତ୍ରିପାଠୀ ନିଜର ବକ୍ତବ୍ୟରେ ଲିଙ୍ଗ ନିରୂପଣ ଆଇନର ବିଭିନ୍ନ ଦିଗ ଉପରେ ବିଶଦ ଭାବରେ ଆଲୋଚନା କରିବା ସହିତ କିଶୋରୀ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ମାଗଣା ସେବା ଗୁଡିକ ଉପରେ ଆଲୋଚନା କରିଥିଲେ ! ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଙ୍କ ସଂଯୋଜନାରେ ହୋଇଥିବା ଏହି ସମାବେଶରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ମନୋରମା ମାଝି ,ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ, କାଉନସେଲର ଶର୍ମୀଷ୍ଠା, ସିଡିପିଓ ସସ୍ମିତ ମହାନ୍ତି ,ମିନତୀ ଦେଓ, ନାର୍ସିଂ ମହାବିଦ୍ୟାଳୟର ଅଧକ୍ଷ୍ୟା ଅନିତା ବ୍ରହ୍ମା ,ୱାନଷ୍ଟପ ସେଣ୍ଟର ପକ୍ଷରୁ ରଞ୍ଜିତା ସାହୁ ,କିଶୋରୀ ପଟ୍ଟନାୟକ ,ମିସନ ଶକ୍ତି ହବରୁ ସରିତା ପାଣି, ପ୍ରୀତି ବାଗ,ରବୀନ୍ଦ୍ର ମିଶ୍ର ,ହୀମାନ ଗୌଡ,ପ୍ରଶାନ୍ତ ନାଗ, ସୁମିତ ରାଜମିଶନ ଗ୍ରାହମ , ସୁସୁମିତା ପାତ୍ର ପ୍ରମୁଖ୍ୟ ବକ୍ତା ମାନେ ସମାଜରେ ମହିଳା ମାନଙ୍କର ସମସ୍ଯା ବିଶେଷ କରି କିଶୋରୀ ବାଳିକା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ , ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ ! ଶେଷରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ