ପ୍ରତ୍ୟେକ ମାସ ଏକ ହଜାର ଟଙ୍କା ପେନସନ

Jan 26, 2025 - 21:12
 0  196
ପ୍ରତ୍ୟେକ ମାସ ଏକ ହଜାର ଟଙ୍କା ପେନସନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୬/୦୧/୨୦୨୫: ରିଖ ସ୍ଥାନୀୟ ବାରିକ ସଂଘ ସମ୍ମିଳନୀ ଗୃହ ପରିସରରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ! ବାରିକ ସଂଘର ସଭାପତି ଏନ. ଗଣେଶ , ଜାତୀୟ ପତାକା ଉତ୍ତୋଳନ କରିବା ପରେ ନିଜ ଅଭିଭାଷଣ ରେ ଯେଉଁ ବାରିକ ପରିଣତ ବୟସରେ ଆଉ ତାଙ୍କର କୌଳିକ ବୃତ୍ତି କରିପାରିବେ ନାହିଁ ସେମାନଙ୍କ ପାଇଁ ପ୍ରତ୍ୟେକ ମାସ ୧୦୦୦ ଟଙ୍କା ଲେଖାଏଁ ପେନସନ ଦିଆଯିବ ବୋଲି ଘୋଷଣା କରିଥିଲେ ! ଏହି ଅବସରରେ ବି.ରାମୁଙ୍କୁ ୧୦୦୦ ଟଙ୍କା ପେନସନ ଦିଆଯାଇଥିଲା !କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂଘ ର ସହ ସମ୍ପାଦକ ତଥା ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ଉପସ୍ଥିତ ବାରିକ ସଂଘର କର୍ମକର୍ତ୍ତା ଏବଂ କୁନି କୁନି ପିଲାଙ୍କୁ ଉତ୍ସାହିତ କରିଥିଲେ ! ଯୁବ ସମାଜ ସଠିକ୍ ପଥରେ ଗଲେ ଦେଶ ଆଗେଇଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ! ଗଣତନ୍ତ୍ର ଦିବସ ଅବସରରେ ବାରିକ ସଂଘର କର୍ମକର୍ତ୍ତା ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ! ସଂଘର ଉପ ସଭାପତି ବି. ଶାନ୍ତୁ, ସମ୍ପାଦକ ଆର୍.ଶାନ୍ତୁ, ଉପଦେଷ୍ଟା ଏସ. ପ୍ରସାଦ, ସୀମାଞ୍ଚଳ ,ଶେଖର, କେ.ବାବୁ ରାଓ, ସଂଘର ଯୁବ ସଭାପତି ଏସ. ସତିଶ, ପୂର୍ବତନ କୋଷାଧ୍ୟକ୍ଷ ଜି. ଚିନୁ, ବରିଷ୍ଠ ସଦସ୍ୟ କେ. ତ୍ରିନାଥ, ଯୁଗଳ ବାରିକ ସମେତ ଅନ୍ୟ ସମସ୍ତ ସଭ୍ୟ ଏବଂ ତାଙ୍କ ପରିବାର ସଦସ୍ୟ ମାନେ ଏ ସମସ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ