।। ପୂଜାରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପରିଦର୍ଶନ କଲେ ଗୋଷ୍ଠୀଉନ୍ନୟନ ଅଧିକାରୀ ।।

Aug 6, 2024 - 14:33
 0  68
।। ପୂଜାରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପରିଦର୍ଶନ କଲେ ଗୋଷ୍ଠୀଉନ୍ନୟନ ଅଧିକାରୀ ।।

ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନରେ ଥିବା ପୁଝାରୀଗୁଡ଼ା ଉନ୍ନତି ଉଚ୍ଚ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ କୁ ନେଇ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା ! ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାନିକ ନିର୍ଦ୍ଦେଶ କ୍ରମେ ,ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଉନ୍ନୟନ ଅଧିକାରୀ ମୋନଜ କୁମାର ପାଣିଗ୍ରାହୀ ,ତଥା ବ୍ଲକ ସହ ଶିକ୍ଷା ଅଧିକାରୀ ମଧୁସୂଦନ ବାଘ, ଅଚାନକ ଭାବେ ସ୍କୁଲ ପରିଦର୍ଶନ କରିଥଲେ ! ଓ ଛାତ୍ରଛାତ୍ରୀ ଙ୍କୁ ଦିଆଯାଉ ଥିବା ମଧ୍ୟାହ୍ନ ଭୋଜନ କୁ ଯାଞ୍ଚ କରିଥିଲେ ! ଏବଂ ସମସ୍ତ ଶ୍ରେଣୀକୁ ଯାଇ ପିଲାମାନଙ୍କୁ ପାଠ ପୋଢାଇ ,ମଧ୍ୟାହ୍ନ ଭୋଜନ ଵିଷୟରେ ପଚାରି ଥିଲେ ! ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନ ଖାଇ କେଉଁ ଦିନ କଣ ଖାଇବା କୁ ଦିଆଯାଉଛି ତାହା ଛାତ୍ରଛାତ୍ରୀ ଙ୍କ ଠାରୁ ସବୁ ପଚାରି ବୁଝି ଥିଲେ ! ଛାତ୍ରଛାତ୍ରୀ ବହୁତ ଖୁସିରେ ହସି ହସି ପ୍ରତ୍ୟେକ ବାରର ଖାଦ୍ୟ ତାଲିକା ସୁବୁ ଠିକ ଭାବରେ ପ୍ରକାଶ କରିଥିଲେ ! ଶିକ୍ଷକ,ଶିକ୍ଷୟତ୍ରୀ ତଥା ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ ନିଜର ଭାବି ପ୍ରତ୍ୟେକ କାର୍ଯ୍ୟ ରେ ସହଯୋଗତା କରି ପିଲାଙ୍କୁ ଉତ୍ତମ ଶିକ୍ଷା ଉତ୍ତମ ପରିବେଶ ପ୍ରଦାନ କରିବା ସହିତ ଉପସ୍ଥାପନ ଉପରେ ଗୁରୁତ୍ୱ ଦେବା ଓ ମଧ୍ୟାହ୍ନ ଭୋଜନ କୁ ଉତ୍ତମ ଭାବେ ପରିଚାଳନା କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ !ବିଦ୍ୟାଳୟ ପରିଦର୍ଶନ ସମୟରେ ବିଦ୍ୟାଳୟର ପରିଚାଳନାର କମିଟିର ସଭାପତି ଶେଖରଖୁରା ,ସି,ଆର,ସି, ଘାସିରାମ ମାଝୀ,ପ୍ରଧାନ ଶିକ୍ଷକ ରଞ୍ଜନ ମହାପାତ୍ର ଙ୍କ ସହିତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତି ଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ