।। ନ୍ୟାୟ ଦାବି କରି ଶଶୁର ଘର ଆଗରେ ବିଧବା ବୋହୁର ଧାରଣା ।।

Sep 4, 2024 - 11:57
 0  301
।। ନ୍ୟାୟ ଦାବି କରି ଶଶୁର ଘର ଆଗରେ ବିଧବା ବୋହୁର ଧାରଣା ।।

ରାୟଗଡା ଜିଲ୍ଲା ମୁନିଗୁଡାର ମୁଖ୍ୟ ରାସ୍ତାରେ ରହୁଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକ କାମରାଜୂ ସ୍ୱାଇଁଙ୍କ ଘର ଆଗରେ ଗତ ଦୁଇଦିନ ଧରି ନ୍ୟାୟ ଦାବି କରି ଘର ଆଗରେ ଧାରଣା ବସିଛନ୍ତି ବିଧବା ବୋହୁ ଚିତ୍ରଲେଖା ସ୍ୱାଇଁ l ଚିତ୍ରଲେଖାଙ୍କ ସ୍ୱାମୀ ଭାସ୍କର ସ୍ୱାଇଁ ଗତ ୨୦୧୧ ମସିହାରେ ମୃତ୍ୟୁ ବରଣ କରିଥିଲେ l ଏହାର କିଛି ଦିନ ପରେ ଚିତ୍ରଲେଖା ଲାଞ୍ଜିଗଡ ସ୍ଥିତ ନିଜ ବାପ ଘରକୁ ନିଜର ୧୪ ଦିନର ଝିଅକୁ ନେଇ ଚାଲି ଯାଇଥିଲେ। ଏହାର କିଛି ଦିନ ପରେ ବୋହୁ ନିଜ ଅଧିକାର ଦାବିକରି ଲାଞ୍ଜିଗଡ଼,ଗାଙ୍ଗପୁର ଓ ମୁନିଗୁଡା ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ମୁନିଗୁଡା ଥାନରେ ଘରର ମୂଲ୍ୟାୟନ ହୋଇ ୧୫ଲକ୍ଷ ବୋହୂକୁ ଦେବାକୁ ଶ୍ୱଶୁର କାମରାଜୂ ସ୍ୱାଇଁଙ୍କୁ କୁହାଯାଇଥିଲା। ଯେଉଁଥିପାଇଁ କାମରାଜୂ ସ୍ୱାଇଁ ଥାନା ତରଫରୁ ହୋଇଥିବା ସମସ୍ତ ଆଲୋଚନାରେ ପ୍ରସ୍ତୁତ ହୋଇଥିଲେ l କିନ୍ତୁ ବୋହୁ ଚିତ୍ରଲେଖା ନିଜ ଜିଦରେ ଅଟଳ ରହି ଏହାକୁ ସହଯୋଗ କରିନଥିଲେ। ତେବେ ଇତିମଧ୍ୟରେ ୨ବର୍ଷ ବିତି ଯାଇଥିବା ବେଳେ ଗତ ଦୁଇଦିନ ହେବ ବୋହୁ କାମରାଜଙ୍କ ଘର ଆଗରେ ଧାରଣା ଦେଇ ପୁଣି ଅଧିକାର ଦାବି କରିବା ସହ ଘରେ ରହିବାକୁ ଦାବି କରୁଛନ୍ତି l ଅନ୍ୟପଟେ ଗତ ଦିନରେ ବୋହୁ ମୋତେ ବିଭିନ୍ନ ପ୍ରକାରର ଅପଦସ୍ତ ଓ ବଦନାମ କରି ଦେଇଥିବାରୁ ବୋହୂକୁ ଘରେ ନରଖିବାକୁ ଜିଦି ଧରିବା ସହ ସମସ୍ତ ନିୟମ ଅନୁଯାୟୀ ସମ୍ପତ୍ତି ଦେବାକୁ ରାଜି ଥିବା କହିଛନ୍ତି ଶଶୁର କାମରାଜୂ ସ୍ୱାଇଁ। ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ଗତ ୧୩ ବର୍ଷ ଧରି ନିଜ ବାପ ଘରେ ରହୁଥିବା ଚିତ୍ରଲେଖା କାହିଁକି ଏବେ ହଠାତ ଶଶୁର ଘର ଆଗରେ ଦୁଇଦିନ ହେଲା ଧାରଣାରେ ବସି ରହି ଘରେ ରହିବାକୁ ଦାବି କରୁଛନ୍ତି ତାହାକୁ ନେଇ ଏବେ ସାଧାରଣରେ ଆଲୋଚନା ଜୋର ଧରିଛି l ବହୁର ଏପରି ଘର ସମ୍ମୁଖରେ ଧାରଣାକୁ ନେଇ ଶଶୁର କାମରାଜ ସ୍ୱାଇଁ ମୁନିଗୁଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତିକରି ପୋଲିସ ବୋହୁ ଚିତ୍ରଲେଖାକୁ ଥାନାକୁ ଡକାଇ ଥିଲେ ବୋହୁ ଚିତ୍ରଲେଖା ଥାନା ଯିବାକୁ ସିଧା ସଳଖ ମନା କରିଦେଇଥିବା ଜଣାପଡିଛି l ଏହି ଘଟଣା ସମ୍ପର୍କରେ ମୁନିଗୁଡା ଥାନା ଅଧିକାରୀ ସୌଦାମିନୀ ବେହେରାଙ୍କୁ ପଚାରି ବୁଝିବାରୁ ଏହି ବିଷୟଟି ସିଭିଲ କେଶରେ ଯାଉଥିବାରୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ l

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 2
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ