ନୂଆପଡାରେ ପ୍ରାକ ମେଟ୍ରିକ ଛାତ୍ରବୃତ୍ତି ଓ ଆଧାର ସଂଶୋଧନ ପାଇଁ ସମନ୍ୱୟ ବୈଠକ

Mar 28, 2025 - 19:33
 0  21
ନୂଆପଡାରେ  ପ୍ରାକ ମେଟ୍ରିକ ଛାତ୍ରବୃତ୍ତି ଓ ଆଧାର  ସଂଶୋଧନ ପାଇଁ ସମନ୍ୱୟ ବୈଠକ

ନୂଆପଡା : ନୂଆପଡାରେ ଜ଼ିଲ୍ଲା ସ୍ତରୀୟ ପ୍ରାକ ମେଟ୍ରିକ ଛାତ୍ରବୃତ୍ତି ଓ ଆଧାର ସଂଶୋଧନକୁ ନେଇ ଏକ ସମନ୍ୱୟ ବୈଠକ ଆଜି ଜ଼ିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ, ଜ଼ିଲ୍ଲା ଶିକ୍ଷା ବିଭାଗ ଓ ନୀତି ଆୟୋଗର ବିକାଶ ସହଯୋଗୀ, ପିରାମଲ ଫାଉଣ୍ଡେସନର ମିଳିତ ଆନୂକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ 2024-25 ଶିକ୍ଷା ବର୍ଷର ପ୍ରାକ ମେଟ୍ରିକ ଛାତ୍ରବୃତ୍ତିର ବିବରଣୀ ଓ ଉପଲବ୍ଧି ବିଷୟରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ | ପ୍ରାକ ମେଟ୍ରିକ ଛାତ୍ର ବୃତ୍ତି ଓ ଅପାର ଆଇଡ଼ିକୁ ନେଇ ଆଧାର ସଂଶୋଧନ କରିବା ନେଇ ଜ଼ିଲ୍ଲାପାଳ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ |ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଯୋଗେଶ୍ୱର ଭୋଇ, ଉପ ଜ଼ିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜ଼ିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୂଏ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ତହସିଲଦାର ନୂଆପଡା ପ୍ରଣବ ସାହୁ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ ଧରଣୀଧର ସେନାପତି, ଅଗ୍ରଣୀ ଜ଼ିଲ୍ଲା ପ୍ରବନ୍ଧକ ସୀତାରାମ ମେହେର , ସମସ୍ତ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଡି-ଇ ଜି ଏମ ବୀରେନ୍ଦ୍ର ଦଣ୍ଡସେନା, ଡାକ ସମୀକ୍ଷକ ଦେବବ୍ରତ ବେହେରା , ତଥା ପିରାମଲ ଫାଉଣ୍ଡେସନର କାର୍ଯ୍ୟକ୍ରମ ପ୍ରବନ୍ଧକ ଭବାନୀ ଶଙ୍କର ନାୟକ, ପ୍ରୋଗ୍ରାମ ଲିଡର ଦେବାଶିଷ ଘୋଷ, ଗାନ୍ଧୀ ଫେଲୋ ବର୍ଷା ନାଗର ଓ ଜ୍ୟୋତି ପାରଧୀ ପ୍ରମୁଖ ବୈଠକରେ ଯୋଗଦାନ କରିଥିଲେ | ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଥିବା ଏହି ମହତ୍ୱାକାଙ୍କ୍ଷି ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ