ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ଜବାଗୁଡା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

Apr 3, 2025 - 04:22
 0  36
ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ଜବାଗୁଡା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୦୨.୦୪.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ଜବାଗୁଡା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରମୋଦା କୁମାରୀ ଦାସ ଓ ବିଦ୍ୟାଳୟ ପରିଚାଳନା କମିଟିର ଦେବକୀ ନାୟକ ଅଧ୍ୟକ୍ଷା ଓ କମିଟିର ସମସ୍ତ ସଦସ୍ୟ, ସଦସ୍ୟା,SHG, ସମସ୍ତ ସଭ୍ଯା ଓ ଅବିଭାବକ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ! ଏହି କାର୍ଯ୍ୟ ଦିବସରେ ୨୯ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଓ ଶିଶୁ ବାଟିକାରେ ନାମ ଲେଖାଇଥିଲେ ! ଉକ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ, କଳାପଟା, ଖଡି ଓ ବର୍ଣ୍ଣବୋଧ ଯୋଗାଇ ଦିଆଯାଇଥିଲା ! ବଳିଷ୍ଠ ଶିକ୍ଷକ ବୃନ୍ଦାବନ ଚନ୍ଦ୍ର ପାଢୀ ଉକ୍ତ ଛାତ୍ରଛାତ୍ରୀ ମାନଙ୍କୁ ଖଡି ଛୁଆଁଇଥିଲେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ! ଶେଷରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ଓ ସାକ୍ଷରତା ଷ୍ଟଲ୍ ପିଲାମାନଙ୍କୁ ପରିଦର୍ଶନ କରି ବୁଝାଇ ଦିଆଯାଇଥିଲା !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ