।। ଢେମସା ନାଚରେ ଦୁଲୁକିଲା 26ତମ ବ୍ଲକ ପରବ ମହୋତ୍ସବ ।।

Nov 16, 2023 - 15:38
 0  14
।। ଢେମସା ନାଚରେ ଦୁଲୁକିଲା 26ତମ ବ୍ଲକ ପରବ ମହୋତ୍ସବ ।।

ଆଜି କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ 26ତମ ପରବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ କୋରାପୁଟର ଲୁକାୟିତ ପ୍ରତିଭା ଲୋକଲଚନକୁ ଆଣିବା ନିମନ୍ତେ ଆଦିବାସୀ ନାଚ, ଗୀତ,ମଇଁରୀ, ବାଜା ଓ କ୍ରୀଡ଼ା ଆଦି ପଦର୍ଶନ କରିଥିବା ଦେଖିବାକୁ ମିଳିଛି l ସେଆଡେ଼ ସେମିଲିଗୁଡା ବ୍ଲକ ଜୀବନ ଜ୍ୟୋତି ପଡ଼ିଆ ଠାରେ ଲୁକାୟିତ ପ୍ରତିବା ପଦର୍ଶନ ନିମନ୍ତେ ସେମିଲିଗୁଡା ବ୍ଲକ ଆୟୋଜନ କରିଥିବା ଦେଖିବାକୁ ମିଳିଛି l ପେଟକଣା ମାଁ ମାଉଲି ଗୁଡ଼ି ଝାଙ୍କର ଠାରୁ ମସାଲା ଓ କଳସି ଆଣି ପରବ ଶୁଭାରମ୍ଭ କରିଥିବା ଦେଖିବାକୁ ମିଳିଛି l ପ୍ରତିଯୋଗୀ ନାଚ, ଗୀତ କଳା ସଂସ୍କୃତି କରିଥିବା ବେଳେ ପଟାଙ୍ଗୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି କୋରାପୁଟ ଢେମସା ନାଚର ତାଳେ ତାଳେ ଝୁମି ଯାଇଥିବା ଦେଖିବାକୁ ମିଳିଥିଲା l ଆମ ଅବିଭକ୍ତ କୋରାପୁଟ ଜିଲ୍ଲା ଏକ ଆଦିବାସୀ ବଉଳ ଜିଲ୍ଲା ହୋଇଥିବା ବେଳେ ଆମ କଳା ସଂସ୍କୃତି ସବୁ ଲପ ପାଇବାରେ ଲାଗିଲାଣି l ତାହା କେମିତି ବଞ୍ଚି ରହେ ଓ ଆମ କଳା ସଂସ୍କୃତି କିଭଳି ଦେଶ ବିଦେଶରେ ପଦର୍ଶନ ହୋଇପାରିବ ସେ ଉପରେ ଉପସ୍ଥିତ ଅତିଥି ମତ ରଖିଥିଲେ l ଏହି ପରବରେ ମୁଖ୍ୟ ଅତିଥି ଭାବେ ପଟାଙ୍ଗୀ ବିଧାୟକ ଶ୍ରୀଯୁକ୍ତ ପିତମ ପାଡ଼ି ଯୋଗଦେଇଥିବା ବେଳେ ସନମାନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ.ପ୍ରଫୁଲ୍ଲ ପାଙ୍ଗି,ପୂର୍ବତନ ସାଂସଦ ଝିନ ହିକକା, କୋରାପୁଟ Tribel queen ସସ୍ମିତା ନାଗ,ସମାଜ ସେବି ଶ୍ରୀ ଚୈତନ୍ୟ ନନ୍ଦିବାଲି,ବ୍ଲକ ଅଧିକାରୀ ଲଷ୍ମୀ ନାରାୟଣ ସାବତ, ବ୍ଲକ ଅଧ୍ୟକ୍ୟା ଲିଲି ଅଣ୍ଟାବିରିଆଙ୍କ ସହିତ ବ୍ଲକ ଓ 17ଗୋଟି ପଞ୍ଚାୟତର କର୍ମ କର୍ମକର୍ତା ଉପସ୍ଥିତ ରହିଥିଲେ l

 (ସେମିଲିଗୁଡ଼ା ରୁ ଦେବେନ୍ଦ୍ର ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର)

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ