।। ଚାଲ ଭୋଟ ଦେଇ ଯିମା, ଉନ୍ମୋଚିତ ।।

Mar 7, 2024 - 20:54
 0  23
।। ଚାଲ ଭୋଟ ଦେଇ ଯିମା, ଉନ୍ମୋଚିତ ।।

ନୂଆପଡା : ନିର୍ବାଚନୀ ସଚେତନ ନେଇ ସମ୍ବଲପୁରୀ କ୍ଷୁଦ୍ର ଚଳଚିତ୍ର ଗୀତ ମାଧ୍ୟମରେ ଭିଡିଓ ରିଲିଜ ନୂଆପଡ଼ା ଚାଲ ଭୋଟ ଦେଇ ଯିମା ଉନ୍ମୋଚିତ l ତା:୦୭.୦୩.24ରିଖ ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଜି ନିର୍ବାଚନୀ ସଚେତନ ନେଇ ସମ୍ବଲପୁରୀ ଗୀତ ମାଧ୍ୟମରେ ଭିଡିଓ ରିଲିଜ, ନୂଆପଡ଼ା ଚାଲ ଭୋଟ ଦେଇ ଯିମା, ଉନ୍ମୋଚିତ ହୋଇଯାଇଅଛି। ନିର୍ବାଚନ ରେ ଅତ୍ୟଧିକ ମାତ୍ରାରେ ନିର୍ବାଚନ ଗର୍ବ କୁ ମତଦାନ ମହାପର୍ବ ରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି । ଦେଶର ନିର୍ବାଚନ କମିଶନ ଭୋଟ ଦାନ ମହା ପର୍ବ ପାଳନ ନେଇ ବ୍ୟାପକ ପ୍ରସ୍ତୁତି କରିଥିବା ବେଳେ ମୋର ପ୍ରଥମ ଭୋଟ ଦେଶ ପାଇଁ ବୋଲି ସଚେତନ କରିଛନ୍ତି । ଆଜି ନିର୍ବାଚନ ସଚେତନ ଭିଡିଓ କୁ ଜିଲ୍ଲାପାଳ ହେମାକାନ୍ତ ସାଏ, ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ଯୋଗ ଦେଇ ଭିଡିଓ କୁ ଉନ୍ମୋଚିତ କରିଛନ୍ତି । ଏହି କ୍ଷୁଦ୍ର ସମ୍ବଲପୁରୀ ସଚେତନ ଚଳଚ୍ଚିତ୍ର ରେ ଅଭିନୟ, ନୃତ୍ୟ ଏବଂ ସଙ୍ଗୀତ ଗାଇଥିବା କଳାକାର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନୂଆପଡ଼ା ର ସୁନାବେଡ଼ା ରୁ ଆରମ୍ଭ କରି ଆଦିମ୍ ଜନଜାତି, ସମସ୍ତ ବର୍ଗ ବ୍ୟକ୍ତି ନିର୍ବାଚନ ରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି । ଏହି ଉତ୍ସବ ରେ ଲେଖକ କମ୍ପୋଜର ବିଜୟ ଆନନ୍ଦ ସାହୁ, ଅଭିନୟ କରିଥିବା କଳାକାର ଯୋଡାନ ଜୁଲିଅସ ବାଗ, ସଙ୍ଗୀତ ପ୍ରିୟାନ୍ସି ମିଶ୍ର, ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାସ ଚନ୍ଦ୍ର ରାଇତ ପ୍ରମୁଖ ଉପସ୍ଥିତ ଥିଲେ l

 ନୂଆପଡ଼ାରୁବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ