।। ଚନ୍ଦ୍ର ଉପରେ ଚୀନର କଳା ନଜର, ୫ ବର୍ଷରେ ନିର୍ମାଣ ହେବ ଘର ।।

Apr 15, 2023 - 11:56
 0  70
।। ଚନ୍ଦ୍ର ଉପରେ ଚୀନର କଳା ନଜର, ୫ ବର୍ଷରେ ନିର୍ମାଣ ହେବ ଘର ।।

Moon Mission of China: ସ୍ଥଳଭାଗ ପରେ ଏବେ ମହାକାଶରେ ପହଞ୍ଚିଛି ସାମ୍ରାଜ୍ୟବାଦୀ ଶକ୍ତି ଭାବରେ ପରିଚିତ ଚୀନ୍‌ର ବିସ୍ତାରବାଦୀ ନୀତି। ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ଚୀନ୍ ଚନ୍ଦ୍ର ପୃଷ୍ଠରେ ଘର ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। ଜଳ ସ୍ଥଳ ପରେ ଚୀନ ଯଥାସମ୍ଭବ ଚନ୍ଦ୍ର ଉପରେ ନିଜର ଅଧିକାର ଜାହିର କରିବାକୁ ଚାହୁଁଛି। ଏହାର ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଚୀନ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅନେକ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ମଧ୍ୟ ପ୍ରକାଶିତ ହୋଇଛି। ଏହି ରିପୋର୍ଟ ଦର୍ଶାଇଛି ଯେ ଚୀନ୍ ଚନ୍ଦ୍ର ପୃଷ୍ଠର ମାଟି ବ୍ୟବହାର କରି ଚନ୍ଦ୍ର ଉପରେ ନିଜର ଚନ୍ଦ୍ର ଆଧାର ଅର୍ଥାତ "ଲୁନାର ବେସ" ନିର୍ମାଣ କରିବ। ଚୀନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦେଶର ଉହାନ ସହରରେ ନିକଟରେ ୧୦୦ ଜଣରୁ ଅଧିକ ବୈଜ୍ଞାନିକ, ସ୍ପେଶ କଣ୍ଟ୍ରାକ୍ଟର୍ସ ଏବଂ ଅନୁସନ୍ଧାନକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚୀନ୍‌ର ପରବର୍ତ୍ତୀ ଯୋଜନା ବିଷୟରେ ଆଲୋଚନା ହୋଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚୀନ (China) ଇଟା (Bricks) ତିଆରି ପାଇଁ ସ୍ୱତନ୍ତ୍ର ରୋବଟ୍ ପ୍ରସ୍ତୁତ କରୁଛି। ଯାହାର ନାମ "ଚାଇନିଜ୍ ସୁପର ମସନ୍ସ" (Chinese Super Masons) ରଖାଯାଇଛି। ଏହି ଇଟା ପ୍ରସ୍ତୁତ କରିବା ପାଇଁ ଚନ୍ଦ୍ର ପୃଷ୍ଠର ମାଟି (Moon Surface Soil) ବ୍ୟବହୃତ ହେବ। ଚୀନୀ ଗବେଷକ ବିଶ୍ୱାସ କରନ୍ତି ଯେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ ସେମାନଙ୍କୁ ବହୁତ କମ୍ ସମୟ ଦିଆଯାଇଥିଲା। ଯେଉଁଥିରେ ସେମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ବୈଜ୍ଞାନିକ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠରେ ବାରମ୍ବାର ଭୂକମ୍ପ (Earthquake in Moon Surface) ଅନୁଭୂତ ହୋଇଥାଏ। ମାଧ୍ୟାକର୍ଷଣ (Gravity) କମ୍ ରହିଥାଏ। ସେଠାରେ ବାୟୁ ଏବଂ ଜଳ (Water and Air) ଉପଲବ୍ଧ ନାହିଁ। ଏହି କାରଣରୁ ଚନ୍ଦ୍ରରେ ଇଟା ନିର୍ମାଣ (Bricks Construction on Moon Surface) କରିବା ଏକ କଠିନ କାମ। ଏନେଇ ଚୀନ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୦୨୮ ମସିହାରେ ଏହାର "ଚେଞ୍ଜ-୮ ମିଶନ୍" (Change-8 Mission China) ଆରମ୍ଭ କରିବ। ଏହି ଅଭିଯାନ ମାଧ୍ୟମରେ "ଚାଇନିଜ୍ ସୁପର ମସନ୍ସ" ରୋବଟ (Chinese Robot) ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଏହା ବ୍ୟତୀତ ଆସନ୍ତା ୨୦୨୫ ମସିହାରେ ଚୀନ୍ ପକ୍ଷରୁ ଆଉ ଏକ ମିଶନ୍ କାର୍ଯ୍ୟକାରୀ ହେବାକୁ ଯାଉଛି। ଯେଉଁଥିରେ ଚନ୍ଦ୍ର ପୃଷ୍ଠରୁ ସ୍ଥଳ ଭାଗକୁ ଅଣାଯାଉଥିବା ମାଟି ପରୀକ୍ଷା କରାଯିବ। ଚନ୍ଦ୍ର ପୃଷ୍ଠରେ ଜଳରେ ଉପସ୍ଥିତି ସମ୍ପର୍କରେ କରାଯାଇଥିବା ଅନୁସନ୍ଧାନରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଥିଲା। ଏନେଇ ବୈଜ୍ଞାନିକଙ୍କ ପକ୍ଷରୁ ଦାବି କରିଛନ୍ତି ଯେ ସେମାନେ ଚନ୍ଦ୍ର ପୃଷ୍ଠରେ କୋଟି କୋଟି ଟନ୍ ଓଜନର ଜଳ ମହଜୁଦ ରହିଥିବାର ଜାଣିବାକୁ ପାଇଛନ୍ତି। ଯାହା ଭୂପୃଷ୍ଠରେ ବିଛା ଯାଇଥିବା ଛୋଟ ଛୋଟ କାଚର ମୋତି ସହିତ ସମାନ। ଚୀନ୍ ବୈଜ୍ଞାନିକଙ୍କ (Chinese Scientist) ପକ୍ଷରୁ ଏଭଳି ଦାବି କରାଯାଇଥିଲା। ଚୀନ ସ୍ପେସ୍ ଏଜେନ୍ସି (China Space Agency) ଚନ୍ଦ୍ର ପୃଷ୍ଠର (Moon Surface) ନମୁନା ଆଣିବା ପାଇଁ ଚାଙ୍ଗାଇ-୫ ରୋଭର ମିଶନ (Change-5 Rover Mission) ପଠାଇଥିଲା। ଯାହା ୨୦୨୦ ଡିସେମ୍ବରରେ ଚନ୍ଦ୍ର ପୃଷ୍ଠର ମୃତ୍ତିକା ନମୁନା ନେବା ସହିତ ପୃଥିବୀ ପୃଷ୍ଠକୁ ଫେରି ଆସିଥିଲା।ଯେତେବେଳେ ଚନ୍ଦ୍ର ପୃଷ୍ଠରୁ ଆସିଥିବା ମୃତ୍ତିକାର ନମୁନା ପରୀକ୍ଷା କରାଯାଇଥିଲା, ସେତେବେଳେ ଜଣାପଡ଼ିଥିଲା ଯେ, ଏଥିରେ ମାଇକ୍ରୋସ୍କୋପିକ୍ କାଚ ମୋତି (Microscopic Glass Beads) ରହିଛି। ଏହି ମୋତି ଭିତରେ ଜଳ (Water) ରହିଥିବାର ପ୍ରମାଣ ମିଳିଛି। ମୃତ୍ତିକା ପରୀକ୍ଷଣରୁ ଜଣାପଡିଛି ଯେ ଏହି କାଚ ମୋତି ଭିତରେ ଜଳର ଅଣୁ (Water Molecules) ମହଜୁଦ ରହିଛି। ଯାହା ଚନ୍ଦ୍ର ପୃଷ୍ଠରେ ସୌର ପବନ (Solar Wind) ପ୍ରଭାବରେ ସୃଷ୍ଟି ହୋଇଛି।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ