ଖରୀଆର ରୋଡ ଏନ୍ ଏ ସି ରେ ପ୍ରଥମ ଥର ପାଇଁ ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Apr 10, 2025 - 20:44
 0  15
ଖରୀଆର ରୋଡ ଏନ୍ ଏ ସି ରେ ପ୍ରଥମ ଥର ପାଇଁ ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା : ଆଜି ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଥମ ଥର ପାଇଁ ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଅଛି l କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଶିବିରରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର ଯୁଗ୍ମ ଭାବରେ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଗ୍ରୀଷ୍ମ ଋତୁ ପାଇଁ ଶିବିର ସକାଳ 07 ଘ ରେ ଆରମ୍ଭ ହୋଇଥିଲା।ଶିବିରରେ ଅଭିଯୋଗକାରୀଙ୍କ ପାଇଁ ସ୍ବତନ୍ତ୍ର ବସିବା ଯାଗା , ଛାୟା ଓ ପିଇବା ପାଣି ସୁବିଧା ହୋଇଥିଲା । ଆଜି ଶିବିରରେ 112 ଟି ବ୍ୟକ୍ତିଗତ , 6 ଟି ଗୋଷ୍ଠୀଗତ ମୋଟ 118 ଟି ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି। ଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଏସ୍ପି ଙ୍କ ସହିତ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଗୁରୁପ୍ରସାଦ ଜେନା, ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡଃ ସୋନିଆ ଜୈନ୍ , ଉପାଧ୍ୟକ୍ଷ ନିଶାନ୍ତ ଡ଼ାଗା ପ୍ରମୁଖ ଉପସ୍ଥିତ ଥିଲେ l ଶିବିର ପରିଚାଳନାରେ ଡେପୁଟି କଲେକ୍ଟର ଶେଖ୍ ନସିମ,ବିଡ଼ିଓ ରୋହିତ ଭୋଇ , ତହସିଲଦାର ପ୍ରଣବ କୁମାର ସାହୁ ,ଇ ଓ ଖରୀଆର ରୋଡ଼ ଏନ୍ ଏ ସି କମଳାସନ ରଥ, ସମାଜ ସେବୀ ଗୋଲ୍ଡି ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ l ଶିବିରରେ ଏକ ନବଜାତକ ଶିଶୁ କନ୍ୟା ଏବଂ ତାର ବାପା ମାଆଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଚାରି ଜଣ ଗର୍ଭବତୀ ମହିଳାଙ୍କୁ ଫଳ ମୂଳ , ପୃଷ୍ଟିକର ଖାଦ୍ୟ ଓ ଉପହାର ଜିଲ୍ଲାପାଳ ପ୍ରଦାନ କରିଥିଲେ। ପୋଷଣ ସପ୍ତାହ ଉପଲକ୍ଷେ ସ୍ଵଂୟ ସହାୟକ ମହିଳା ମାନେ ସୁସ୍ୱାଦୁ ପିଠା ପଣା ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଶିବିରରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଯନ୍ତ୍ରୀ, ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ,ବ୍ଲକ ଏବଂ ଏନ୍ ଏ ସି ସ୍ତରୀୟ ଅଧିକାରୀ , କର୍ମଚାରୀ ଏବଂ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ ଏନ୍ ଏ ସି କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଓ ଏକ ସ୍ଵାସ୍ଥ୍ୟ ଶିବିରର ଆୟୋଜନ ହୋଇଥିଲା l ସୁଚନାଯୋଗ୍ୟଯେ ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡଃ ସୋନିଆ ଜୈନ୍ ଜିଲ୍ଲାପାଳଙ୍କୁ ଖରୀଆର ରୋଡ ରେ ଏକ ସ୍ବତନ୍ତ୍ର ଅଭିଯୋଗ ଶୁଣାଣୀ ଶିବିର କରିବା ପାଇଁ ଅନୁରୋଧ କରିଥିଲେ ଏବଂ ଜିଲ୍ଲାପାଳ ଏହାକୁ ସହର୍ଷ ସ୍ଵୀକୃତି ପ୍ରଦାନ କରିଥିଲେ। ପ୍ରଥମ ଥର ପାଇଁ ଏଠାରେ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଥିବାରୁ ସହରାଞ୍ଚଳ ର ବହୁତ ମହିଳା ନିଜ ନିଜ ଅଭିଯୋଗ ଧରି ଆସିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସମାଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ