।। ଖରିଆର ରୋଡ ଆର.ଏମ.ସି ପରିସରରେ କୃଷକ ଦିବସ ଅନୁଷ୍ଠିତ ।।

Dec 23, 2023 - 19:24
 0  71
।। ଖରିଆର ରୋଡ ଆର.ଏମ.ସି ପରିସରରେ କୃଷକ ଦିବସ ଅନୁଷ୍ଠିତ ।।

ଆଜି ତା 23.12.23 ଶନିବାର ଦିନ ଖରିଆର ରୋଡ ଆର.ଏମ.ସି ପରିସରରେ କୃଷକ ଦିବସ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅବସରେ ଅଞ୍ଚଳର କୃଷକ ମାନେ ଏକାଠି ହୋଇ ଏହି ଦିବସକୁ ପାଳନ କରିବା ଦେଖାଯାଇଥିଲା l ଏହି କୃଷକ ଦିବସରେ ପ୍ରେମ ଚନ୍ଦ ସାହୁଙ୍କ ସଭାପତିତ୍ୱରେ କୃଷ୍ନକଙ୍କ ସମସ୍ୟା କୁ ନେଇ ଆଲୋଚନା କରିଥିଲାବେଳେ ସରକାର ଚାଷୀଙ୍କ ସମସ୍ୟା କୁ କର୍ଣପାତ କରୁନାହାନ୍ତି ଯେଉଁଥିରେକି ଠିକ ସମୟରେ ସାର ମିଳୁ ନଥିବା, ଉନ୍ନତ ମାନର ମଞ୍ଜି ନ ମିଳିବା, ଚାଷ ଜମିରେ ବିଜୁଳି ଚାଳିତ ପମ୍ପ ବ୍ୟବହାର କଲେ ଅତ୍ୟଧିକ ମାତ୍ରାରେ ବିଜୁଳି ବିଲ ଦର ଆସିବା ଏହାର ସମସ୍ୟା କୁ ସରକାର ଦୂର କରନ୍ତୁ ବୋଲି ନିଜ ମତ ରଖିଥିଲାବେଳେ ସଙ୍ଘର ପରାମର୍ଶଦାତା ପରମାନନ୍ଦ ସାହୁ ଚାଷୀ ସବୁବେଳେ ଦୁଃଖରେ ଥାଏ ତାଙ୍କ କଥା ବୁଝିବା ସରକାରଙ୍କ ଦlଇତ୍ୟ ବୋଲି କହିଥିଲେ l ଏହି ପରିପ୍ରେକ୍ଷୀରେ କୃଷକ ନେତା ୟାଦରମ ସାହୁ, ଚନ୍ଦ୍ରଦେବ ସାହୁ, କନ୍ନୟା ଚୌହାନ, ସମ୍ପାଦକ ପ୍ରେମ ସାହୁ, ଭୁପେନ୍ଦ୍ର ସାହୁ, କୋଷାଧକ୍ଷ ବେଦପ୍ରକାଶ ସାହୁ, କାର୍ଯ୍ୟକାରିଣ ସଦସ୍ୟ ପୁଭିରାମ, ହେମନ୍ତ, ଦିଲେଶ୍ଵର, ନେମିଚନ୍ଦ, ବାଳମୁକୁନ୍ଦ, ଯଶବନ୍ତ, ତୁଳସୀ, ଚୁମନ, କାର୍ତିକ ଆଦି କୃଷକ ମାନେ ଉପସ୍ଥିତ ରହି କୃଷକ ଦିଵସ ପାଳନ କରିଥିଲେ l ଶେଷରେ ସଭାପତିଙ୍କ ଦ୍ୱାରା ସମସ୍ତ କୃଷକ ଭାଇ ମାନଙ୍କୁ ଧନ୍ୟବାଦ ଦେଇଥିଲେ l

 ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ