।। କ୍ୟାନସର ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲେ ବରୀ ବିଧାୟକ ।।

Aug 13, 2024 - 15:31
 0  165
।। କ୍ୟାନସର ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲେ ବରୀ ବିଧାୟକ ।।

ଵରୀ ବ୍ଲକ ଅଧିନସ୍ଥ ବରୀ ଗ୍ରାମପଞ୍ଚାୟତ ଦରଘା ନିକଟବର୍ତ୍ତୀ ପ୍ରଧାନ ସାହିର ମିଟୁଆ ପ୍ରଧାନଙ୍କ ଏକମାତ୍ର ପୁଅ ରାହୁଲ ପ୍ରଧାନଙ୍କ ଗୋଡ଼ରେ କିଛିଦିନ ତଳେ ଆଘାତ ଲାଗିଥିଲା। ହେଲେ ଉନ୍ନତ ଚିକିତ୍ସା ଅଭାବରୁ ଗୋଡରେ ସୃଷ୍ଟି ହୋଇଥିବା କ୍ଷତ ଭଲ ହେବା ବଦଳରେ ଦିନକୁ ଦିନ ବଢଚାଲିଥିଲା। ପରେ ପୁଅ ରାହୁଲର ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସା ସମୟରେ ପୁଅ ରାହୁଲ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ତେଣୁ କର୍କଟ ରୋଗର ଚିକିତ୍ସା ପାଇଁ ଅନେକ ଟଙ୍କା ଦରକାର ଏକମାତ୍ର ପୁଅର ଜୀବନ ବଞ୍ଚାଇବାକୁ ରାହୁଲର ମା ସାହାଯ୍ୟ ନିମନ୍ତେ ସାମାଜିକ ଗଣମାଧ୍ୟମରେ ଗୁହାରି କରିଥିଲେ। ଗତ ରବିବାର ଦିନ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ମନୋଜ ସିଂ ଡାକ୍ତରଖାନାରେ ପହଞ୍ଚି ରାହୁଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଡ଼ାକ୍ତର ମାନଙ୍କ ଠାରୁ ବୁଝିବା ସହିତ ଉନ୍ନତ ମାନର ଚିକିତ୍ସା ନିମନ୍ତେ ଡ଼ାକ୍ତର ମାନଙ୍କ ସହିତ ଆଲୋଚନା କରି ରାହୁଲର ବାପା ମିଟୁଆଙ୍କୁ ସହଯୋଗର ହାତ ବଢାଇ ଥିବା ଜଣାପଡ଼ିଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ