।। କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ।।

Sep 28, 2024 - 07:03
 0  15
।। କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ।।

ଥୁଆମୂଳ ରାମପୁର ବ୍ଲକ ବଡ଼ଛତ୍ରଙ୍ଗର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ହୋଇଯାଇଛି l ଏହା ସି. ଆର. ସି.ସି. ଶ୍ରୀ ଜୟସିଂ ମାଝୀ ଙ୍କ ନେତୃତ୍ୱ ରେ ବଡ଼ଚ୍ଛତ୍ରଙ୍ଗ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ହୋଇ ଥିଲା l ଏଥିରେ ସ୍ଥାନୀୟ ସରପଞ୍ଚ,ୱାର୍ଡ ମେମ୍ବର ସଭ୍ୟ ସଭ୍ୟା, ବିଦ୍ୟାଳୟ ର କମିଟି ର ସଭାପତି, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ସହ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ର ମାନଙ୍କୁ ନେଇ ଭାଷଣ, ଚିତ୍ରାଙ୍କନ, କୁଇଜ, ରଚନା, ଗୀତ, ନାଚ ଇତ୍ୟାଦି ପ୍ରତିଯୋଗିତା କରି ଥିବା ବେଳେ ପ୍ରତିଯୋଗିତା ରେ ବିଜୟୀ ହୋଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ସୁରଭି ସାର୍ଟିଫିକେଟ ପ୍ରଦାନ କରି ଥିଲେ l ଏହାକୁ ବଡ଼ଛତ୍ରଙ୍ଗ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭଜମନ ବାଗ ସଭାପତ୍ୱ କରି ଥିଲେ l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ