।। କୋରାପୁଟ ପଞ୍ଚାୟତ ସମିତି ବୈଠକ ମନମୁଖୀ ଶାସନ ହେଲେ ବ୍ଲକ ଅଫିସ ତାଲା ପଡ଼ିବ ବୋଲି କହିଲେ ଅଧ୍ୟକ୍ଷା ।।
ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ କୋରାପୁଟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷା ନମିତା ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋରାପୁଟ ସାଂସଦଙ୍କ ପ୍ରତିନିଧି କୃଷ୍ଣ କୁଲଦୀପ, ଉପାଧ୍ୟକ୍ଷ ଶିବ ଗୋଲରୀ, ବିଡ଼ିଓ ଦେବାଶିଷ ଗୌଡ, ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାର କାନ୍ତି ସାମଲ ପ୍ରମୁଖ ଉପସ୍ଥିତ ଥିଲେ।କୋରାପୁଟ ବ୍ଲକରେ ଅଧିକାରୀ ,ଯନ୍ତ୍ରୀ ଓ କର୍ମଚାରୀଙ୍କ ମନମୁଖୀ ଶାସନ ଚାଲୁଛି ବୋଲି ଅଧ୍ୟକ୍ଷା ନମିତା ମାଝୀ ଅଭିଯୋଗ କରିଛନ୍ତି।ଆଗାମୀ ଦିନରେ ଯଦି ଏହିପରି ମନମୁଖୀ ଶାସନ ଚାଲିବ ତେବେ ସରପଞ୍ଚ ଓ ସମିତି ମେମ୍ବର ମାନେ ମିଶି ବ୍ଲକ ଅଫିସରେ ତାଲା ପକେଇବୁ ବୋଲି ସେ ଚେତାବନୀ ଦେଇଛନ୍ତି। ପଞ୍ଚାୟତରେ ହେଉଥିବା ବିକାଶ ମୂଳକ କାର୍ଯ୍ୟରେ ସରପଞ୍ଚ ମାନଙ୍କୁ ସାମିଲ କରାଯାଉ ନ ଥିବା ମାଥାଲପୁଟ ଓ ମହାଦେଇପୁଟ ସରପଞ୍ଚ ଅଭିଯୋଗ କରିଛନ୍ତି। କୋରାପୁଟ ବ୍ଲକର ଅଧିକାରୀ , ଇଞ୍ଜିନିୟର,କର୍ମଚାରୀ ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ କୋରାପୁଟ ବିଧାୟକ ରଘୁରାମ ମାଛ ନିର୍ଦ୍ଦେଶ ଦେଇଥିଲେ। ଜନ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଉପରେ କଟାକ୍ଷ କରି ବିଧାୟକ କହିଥିଲେ ଯେ ପୂର୍ବରୁ ଅଫିସର ମାନେ ଅଫିସ ଚଳାଇଉଥିଲେ ।ଆଗାମୀ ଦିନରେ ଅଫିସର ମାନେ ଜନ ପ୍ରତିନିଧି ମାନଙ୍କୁ ଉଚିତ୍ ସମ୍ମାନ ଦେବେ ବୋଲି ସେ କହିଛନ୍ତି।ଏହି ବୈଠକରେ କୋରାପୁଟ ବ୍ଲକର ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ମେମ୍ବର, କ୍ଷେତ୍ର ଅଧିକାରୀ ଏବଂ ବ୍ଲକର କନିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
କୋରାପୁଟ ରୁ ରୁପ ଖରା ଙ୍କ ରିପୋର୍ଟ First news Odias
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0