।। କେନ୍ଦୁଝରରେ ଡେ଼ଙ୍ଗୁ ଆତଙ୍କ ଚାଲିଗଲା ଗୋଟେ ଜୀବନ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମିଳୁନି ତୁରନ୍ତ ଟେଷ୍ଟିଂ ରିପୋର୍ଟ ।।

Sep 1, 2024 - 17:27
 0  12
।। କେନ୍ଦୁଝରରେ ଡେ଼ଙ୍ଗୁ ଆତଙ୍କ ଚାଲିଗଲା ଗୋଟେ ଜୀବନ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମିଳୁନି ତୁରନ୍ତ ଟେଷ୍ଟିଂ ରିପୋର୍ଟ ।।

କେନ୍ଦୁଝର ଜିଲ୍ଲାର ସହରାଞ୍ଚଳରେ ପରିମଳ ବ୍ୟବସ୍ଥା ଭଲ ନାହିଁ। କେନ୍ଦୁଝର ସହର ପରି ଅନେକ ସ୍ଥାନରେ ଡ୍ରେନ ବ୍ୟବସ୍ଥିତ ନୁହେଁ। ତେବେ ଏବେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ୱାର୍ଡରେ ସବୁ ଶଯ୍ୟାରେ ରୋଗୀ ଅଛନ୍ତି। ଏଥିରୁ ସ୍ପଷ୍ଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କେତେ । ହେଲେ ଏହି ସରକାରୀ ଡ଼ାକ୍ତରଖାନାରେ ଡେଙ୍ଗୁ ରୋଗୀ ବାହାରୁ ପଜିଟିଭ ରିପୋର୍ଟ ଧରି ଆସିଲେ ତୁରନ୍ତ ବେଡ୍ ମିଳୁନି ସାଧାରଣ ଚିକିତ୍ସା ମିଳୁଛି ରକ୍ତ ପରୀକ୍ଷା କରି ଏଲିସା ରିପୋର୍ଟ ବହୁ ବିଳମ୍ବରେ ମିଳିଛି। ସୂଚନା ମିଳିଛି କି ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବଡ଼ବିଲ ସହରରୁ ଆସି ଥିବା ଡେଙ୍ଗୁ ରୋଗୀ ବିରି ବିଶ୍ଵକର୍ମା(୩୭)ଙ୍କ ମୃତ୍ୟୁ ହୋଇ ଯାଇଛି। ସେ ନିଜ ସ୍ତ୍ରୀ ସହ ମେଡିକାଲ ଆସିଥିଲେ ଘରେ ତାଙ୍କର ୨ଟି ଛୋଟ ପୁଅ ଝିଅ ଅଛନ୍ତି। ସେ ଏକ ଟ୍ରକ୍ କିଣି ନିଜେ ଚଳାଉ ଥିଲେ ଘର ଶ୍ରୀରାମ ନଗର,ୱାର୍ଡ ନଂ ୪, ବଡ଼ବିଲ ନଗରପାଳିକା ବୋଲି ଜଣା ଯାଇଛି। ତେବେ ସେ ପ୍ରଥମେ ଅନ୍ୟ ୱାର୍ଡରେ ଚିକିତ୍ସିତ ହୋଇ କାଲି ଡେଙ୍ଗୁ ୱାର୍ଡକୁ ଆସିଥିଲେ। ରାତିରେ ଡାକ୍ତର ଦେଖିଲା ପରେ ଆଜି ସକାଳେ ଦେଖିଥିଲେ ହେଲେ ସେ ଅଣ୍ଟା ପାଖ ବଥା ହେଉଛି କହି ପ୍ରାଣ ହରାଇ ଥିଲେ। ତେବେ ଡାକ୍ତରଖାନାରେ ତା'ଙ୍କୁ କଟକ ନେଇ ଯିବା ଲାଗି ରେଫର କରିବାରୁ ସେ ଆମ୍ବୁଲାନ୍ସରେ ଲଦା ହେବା ବେଳେ ମୃତ ବୋଲି ଜଣା ପଡିଥିଲା। ଏବେ ପ୍ରଶ୍ନ ଉଠୁଛି କି ୱାର୍ଡରେ ମରିଥିବା ବେଳେ କାହିଁକି କଟକ ରେଫର କରିଥିଲ ପୁଣି ବାହାରେ ମଲା ପରେ ଶବ ବ୍ୟବଚ୍ଛେଦ କାହିଁକି କଲେନି। ଏକଥାର ଉତ୍ତର ସିଡିଏମଓ ଦେଇ ପାରି ନାହାନ୍ତି। ପୁଣି ସ୍ତ୍ରୀ କାନ୍ଦି କାନ୍ଦି ଅଥୟ ଶବକୁ ନେବା ବେଳକୁ ଡାକ୍ତରଖାନା ଲୋକେ ଉଠେଇଲେ ନାହିଁ ରୋଗୀଙ୍କ ସଂପର୍କୀୟ ମାନେ ଶବକୁ ମହାଯାତ୍ରା ଗାଡ଼ିରେ ଲଦିଲେ। କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ଗାଡ଼ିରେ ଜଣେ ଟ୍ରକ୍ ମାଲିକଙ୍କ ଶବ ନେବାକୁ ତେଲ ପାଣି ଡିମାଣ୍ଡ କରି ଶବ ଓହ୍ଲାଇବା ପରିସ୍ଥିତି ହୋଇଥିଲା। ମେଡ଼ିକାଲ ପକ୍ଷରୁ ମହାଯାତ୍ରା ଗାଡ଼ି ବଦଳରେ ଟଙ୍କା ଦେଇ ଯିବାକୁ ଏହି ବ୍ୟବସ୍ଥା କରା ଯାଇଥିଲା। ଚିକିତ୍ସାରେ ଅବହେଳା ରୋଗୀକୁ ଡେରିରେ ଚିକିତ୍ସା ରୋଗୀଙ୍କୁ ଏଲିସା ଟେଷ୍ଟ ରିପୋର୍ଟ ଦିଆ ଯାଉନି କି ଆଇସିୟୁ ବ୍ୟବସ୍ଥା ହେଉନି ରୋଗୀ ଛଟପଟ ହୋଇ ମଲା ବୋଲି ରୋଗୀ ସଂପର୍କୀୟମାନେ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଖଣି ଅଞ୍ଚଳରେ ଏବେ ଡେଙ୍ଗୁ ତେଣୁ ବଡ଼ବିଲ ଚମ୍ପୁଆ ଅଞ୍ଚଳରୁ ଅନେକ ରୋଗୀ ଏବେ ୱାର୍ଡ ମଧ୍ୟରେ ରହି ଚିକିତ୍ସିତ ହେଉଛନ୍ତି। ଚମ୍ପୁଆ ବିଧାୟକ ଏହି ବେଳେ ଲୋକଙ୍କ ସହ ଠିଆ ହେବାକୁ ମୁଖ୍ୟମନ୍ତ୍ରୀ ନିଜ ଅଞ୍ଚଳ କେନ୍ଦୁଝର ସହର ପରିମଳ ବ୍ୟବସ୍ଥା ଆସି ନିଜେ ତଦାରଖ କରିବାକୁ ଲୋକେ ଦୃଢ଼ ଦାବି କରିଛନ୍ତି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କିପରି ଅବ୍ୟବସ୍ଥା ଲାଗି ରହିଛି ଲୋକେ ରୋଗୀ ହନ୍ତସନ୍ତ ହେଉଛନ୍ତି ଆଣି ଘଟଣା ଉପରେ ତଦନ୍ତ କରି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତେ ଚାହିଁବସିଛନ୍ତି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ