କୃପାସିନ୍ଧୁ ବିଦ୍ୟାଳୟରେ ଆମ ଓଡ଼ିଶାର ଭାଷାଜ୍ଞାନ ପରୀକ୍ଷା

Sep 16, 2024 - 16:03
 0  110
କୃପାସିନ୍ଧୁ ବିଦ୍ୟାଳୟରେ ଆମ ଓଡ଼ିଶାର ଭାଷାଜ୍ଞାନ ପରୀକ୍ଷା

ଓଡ଼ିଶା ପକ୍ଷରୁ ବରୀ ବ୍ଲକର କୃପାସିନ୍ଧୁ ସରକାରୀ ଉଚ୍ଚବିଦ୍ୟାଳୟରେ ଚିତ୍ରାଙ୍କନ, ହପ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଚିତ୍ରାଙ୍କନରେ ସରସ୍ବତୀ ଶିଶୁ ମନ୍ଦିର ଅରୁଆଳର ଗୁର୍ଥାଂଶ ସାହୁ ପ୍ରଥମ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଅଟିରାର ପୁଷ୍ପରାଜ ସାହୁ ଦ୍ବିତୀୟ ଓ ସରସ୍ବତୀ ଶିଶୁମନ୍ଦିର ଅରୁଆଳର ମନିଷା ମୋନାଲିସା ସାହୁ ତୃତୀୟ ହୋଇଥିଲେ । ହସ୍ତାକ୍ଷରରେ ରେ ବିଧାଧାନଚଦ୍ର ସରକାରୀ ଳୟର ଜସମିନ ବାରିକ ପ୍ରଥମ, ଶିଶୁମନ୍ଦିର ଅରୁଆଳର ରିତୀପ୍ରିୟା ତୀୟ ଓ ବିବେକନନ୍ଦ ଶିକ୍ଷାକେନ୍ଦ୍ର ଅଟିଗାର ରିତୁରାଜ ସାମଲ ତୃତୀୟ ଏବଂ ଭାଷାଜ୍ଞାନ ପରୀକ୍ଷାରେ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତୀକ୍ଷା ବେହେରା ପ୍ରଥମ, ମୁୟଂସାକ୍ଷର ଜେନା ଦ୍ଵିତୀୟ ଓ ଶୁଭଙ୍କର ପୁହାଣ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ପଟ୍ଟନାୟକ ପରୀକ୍ଷା ପରିଚାଳନା କରିଥିଲେ। ପରୀକ୍ଷିତ ପେରେଇ, ଶିକ୍ଷୟିତ୍ରୀ ଜୟଶ୍ରୀ ଜେନା, ମଞ୍ଜୁଲତା ମଲିକ, ଲିଜାରାଣୀ ଶିକ୍ଷାକେନ୍ଦ୍ରର ପ୍ରଧାନଶିକ୍ଷକ ଶୁକଦେବ ପାତ୍ର, ଚିତ୍ରଶିଳ୍ପୀ ତଥା ଗୀତିକାର ସୋମନାଥ ଦ୍ବିବେଦୀ, ସିଆଇସିସ ଅମିତାଭ ଜେନା ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ଅଭିମନ୍ୟୁ ବାଲିଆ ପ୍ରତିନିଧି ନିହାର ରଂଜନ ସାମଲ, ମନମୋହ‌ନ ମହାରି, କେଶବ ମହାପାତ୍ର ସହଯୋଗୀ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବରଂ ପ୍ରତିନିଧି ସଂଜୟ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ